ନିର୍ବାଚନ କାଳରେ ମିଥ୍ୟା ଓ ଆପତ୍ତିଜନକ ଖବରର ପ୍ରସାରଣକୁ ରୋକିବା ପାଇଁ ନିର୍ବାଚନ କମିଶନଙ୍କ ସହ ମିଶି କାର୍ଯ୍ୟ କରିବେ ଫେସ୍ବୁକ, ଟ୍ଵିଟର ଓ ଗୁଗୁଲ
ନୂଆଦିଲ୍ଲୀ: ଆଗାମୀ ୨୦୧୯ ଲୋକସଭା ନର୍ବାଚନକୁ ଦୃଷ୍ଟିରେ ରଖି ମିଥ୍ୟା ଓ ଆପତ୍ତିଜନକ ଖବରର ପ୍ରସାରଣକୁ ରୋକିବା ପାଇଁ ପ୍ରମୁଖ ସୋସିଆଲ ମିଡିଆ ଫେସ୍ବୁକ, ଟ୍ଵିଟର ଓ ଗୁଗୁଲ ଦେଶର ନିର୍ବାଚନ କମିଶନଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହି ତିନି ସୋସିଆଲ ମିଡିଆ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟକୁ ବନ୍ଦ ରଖିବା ସହ କୌଣସି ରାଜନୈତିକ ଦଳର ବିଜ୍ଞାପନ କିମ୍ବା ବିଜ୍ଞାପନ କରୁଥିବା କୌଣସି ପ୍ରକାରର ଖବରର ପ୍ରସାରଣ କରିବେ ନାହିଁ ବୋଲି ମଧ୍ୟ ଆଜି ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ସକ୍ରିୟ ଥିବା ପ୍ରମୁଖ ସୋସିଆଲ ମିଡିଆ ଫେସ୍ବୁକ, ଟ୍ଵିଟର ଓ ଗୁଗୁଲ ଆଜି ଦେଶର ନିର୍ବାଚନ କମିଶନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଓ ଆପତ୍ତିଜନକ ଖବର ସବୁକୁ ଚିହ୍ନଟ କରିବା ପାଇଁ ସେମାନେ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବେ। ଏବଂ ଚିହ୍ନଟ ହେଉଥିବା ମିଥ୍ୟା ଓ ଆପତ୍ତିଜନକ ଖବର ସବୁକୁ ‘ସେନ୍ସର’ କରିବା ସହ ସେଗୁଡ଼ିକର ପ୍ରସାରଣକୁ ବନ୍ଦ କରିବେ। ଏବଂ ଆବଶ୍ୟକ ସ୍ଥଳେ ଏସବୁ ମିଥ୍ୟା ଓ ଆପତ୍ତିଜନକ ଖବର ସବୁକୁ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିବେ। ଏହାବାଦ ଭୋଟରଙ୍କୁ କୌଣସି ପ୍ରକାରେ ପ୍ରଭାବିତ ନ କରିବା ପାଇଁ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସୋସିଆଲ ମିଡିଆରେ ବିଜ୍ଞାପନ ପ୍ରସାରଣକୁ ମଧ୍ୟ ବନ୍ଦ ରଖିବେ ବୋଲି ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହି ସମସ୍ତ ପଦକ୍ଷେପ ସୋସିଆଲ ମିଡିଆଗୁଡ଼ିକ ନିଜ ତରଫରୁ ଗ୍ରହଣ କରିଥିବା ଦେଶର ମୁଖ୍ୟ ନିର୍ବାଚନ କମିଶନ ଓ ପି ରାଓ୍ଵତ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।