ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏବଂ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀକୁ କଡ଼ା ଝଟ୍କା ଲାଗିଛି। ‘ବାସ୍ତବ ଶିବସେନା’ କିଏ ସେସଂକ୍ରାନ୍ତ ନିଷ୍ପତ୍ତି ଇସି (ନିର୍ବାଚନ କମିସନ୍) ହିଁ ନେବେ। ସପ୍ରିମକୋର୍ଟ ଆଜି ଏଥିପାଇଁ ଅନୁମତି ଦେଇଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସମ୍ବିଧାନ ପୀଠ ପ୍ରାୟ ସାଢ଼େ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଠାକ୍ରେ ଗୋଷ୍ଠୀ, ସିନ୍ଦେ ଗୋଷ୍ଠୀ ଏବଂ ନିର୍ବାଚନ କମିସନ୍ଙ୍କ ପକ୍ଷ ଶୁଣିବାପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ନିଜକୁ ବାସ୍ତବ ଶିବସେନା ଦାବି କରିବା ସହ ଦଳର ଧନୁ ତୀର ଚିହ୍ନ ପାଇବାପାଇଁ ନିର୍ବାଚନ କମିସନ୍ଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଠାକ୍ରେ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ ଏବଂ ନିର୍ବାଚନ କମିସନ୍ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାପାଇଁ ଠାକ୍ରେ ଗୋଷ୍ଠୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ସମାଧାନ ନହେବା ପର୍ଯ୍ୟନ୍ତ ଇସି ‘ବାସ୍ତବ ଶିବସେନା’ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନନେବାପାଇଁ ଠାକ୍ରେ ଗୋଷ୍ଠି କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଆଜି ଇସିଙ୍କୁ ଏ ବାବଦ ନିଷ୍ପତ୍ତି ନେବାପାଇଁ ଅନୁମତି ଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ପାଇଁ ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି।
ଠାକ୍ରେ ଗୋଷ୍ଠୀକୁ ଝଟ୍କା: କିଏ ‘ବାସ୍ତବ ଶିବସେନା’ ଇସି ସ୍ଥିର କରିବେ
/sambad/media/post_attachments/wp-content/uploads/2022/09/shsfh5sf4h65sf4h65h465fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)