ରାହୁଲଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ଟିପ୍ପଣୀ: ଭାଷଣର ନକଲ ରଖିବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରେପ୍‌ ଇନ୍‌ ଇଣ୍ଡିଆ ’ ଟିପ୍ପଣୀର ନକଲ ରଖିବାପାଇଁ ନିର୍ବାଚନ କମିସନ୍‌ ଆଜି ଝାଡ଼ଖଣ୍ଡର ନିର୍ବାଚନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀ ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନେତୃତ୍ବରେ ଏକ ବିଜେପି ପ୍ରତିନିଧିଦଳ ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ରାହୁଲ ଗାନ୍ଧୀ ତାଙ୍କ ରାଜନୈତିକ ପ୍ରତିଦ୍ବଦ୍ବୀଙ୍କୁ ଟାର୍ଗେଟ୍‌ କରିବାପାଇଁ ଦୁଷ୍କର୍ମ ପ୍ରସଙ୍ଗକୁ ବ୍ୟବହାର କରୁଛନ୍ତି ଏବଂ ଏନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେପି ପ୍ରତିନିଧି ଦଳ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ଗତ ସପ୍ତାହରେ ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ରୢାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି କହିଥିଲେ ମୋଦୀ ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏବେ କେବଳ ‘ରେପ୍‌ ଇନ୍‌ ଇଣ୍ଡିଆ’ ଦେଖିବାକୁ ମିଳୁଛି। ରାହୁଲଙ୍କ ଏହି ଟିପ୍ପଣୀକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ସାଂସଦମାନେ ରାହୁଲଙ୍କ କ୍ଷମା ଦାବି କରିଥିଲେ।

ସମ୍ବନ୍ଧିତ ଖବର