ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟରେ ଆଜି ନିର୍ବାଚନ ଆୟୋଗ (ଇସି) କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର ଭୋଟର୍ ତାଲିକା ବାବଦରେ କଂଗ୍ରେସ ବିଭ୍ରାନ୍ତିକର ତଥା ମନଗଢ଼ା ଦସ୍ତାବିଜ ଦାଖଲ କରିଛି ବୋଲି ଇସି କହିବା ସହ ଦଳ ବିେରାଧରେ ଦଣ୍ଡବିଧାନ ପାଇଁ ଅନୁରୋଧ କରିଛନ୍ତି। ଇସି ନିଜ ଜବାବରେ ଦର୍ଶାଇଛନ୍ତି ଯେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଭୋଟର ତାଲିକା ଠିକ୍ ଥିବା ସତ୍ତ୍ବେ ଏଥିରେ ନକଲି େଲାକଙ୍କ ନାମ ରହିଥିବା କଂଗ୍ରେସ ଦାବି କରିଥିଲା। ନିଜ ଦାବିକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଏହା ଭୋଟର ତାଲିକାକୁ ମନମୁଖି ଭାବେ ପ୍ରସ୍ତୁତ କରିଥିଲା, ଯାହା କି ନକଲି। ତେଣୁ ଏହି ଦଳର ପିଟିସନର୍ଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଇସି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ। ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ନକଲି ଲୋକଙ୍କ ନାମରେ ତାଲିକା ପ୍ରସ୍ତୁତ କରାଯାଇଥିବା ନେଇ କଂଗ୍ରେସ ନେତା କମଲ ନାଥ ଏବଂ ସଚିନ୍ ପାଇଲଟ୍ ଅଭିଯୋଗ କରିଥିଲେ। ସୁପ୍ରିମ୍ କୋର୍ଟ ଏମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ଏହାର ଜବାବ ଦେବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମ୍ କୋର୍ଟରେ ଇସିଙ୍କ ଜବାବ, ଭୋଟର ତାଲିକା ଜାଲିଆତି କରିଛି କଂଗ୍ରେସ
30
/sambad/media/post_attachments/wp-content/uploads/2018/10/supreme-court-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)