ନୂଆଦିଲ୍ଲୀ : ଆସନ୍ତାକାଲି ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ପୂର୍ବରୁ ଅଭିନେତା ତଥା ଗୁରୁଦାସପୁରରୁ ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କ ଅଡ଼ୁଆ ବଢ଼ିଛି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇ ଯିବା ପରେ ରାତିରେ ଜନସଭା କରିଥିଲେ ସନ୍ନି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସମୟ ସୀମା ସରିବା ପରେ ମଧ୍ୟ ପଠାନକୋଟରେ ଜନସଭା କରିଥିବାରୁ ତାଙ୍କୁ ନିର୍ବାଚନ କମିସନ ନୋଟିସ ପଠାଇଥିବା ଜଣାପଡ଼ିଛି ।
The Tribuneଜନସଭାରେ ପ୍ରାୟ ୨୦୦ଲୋକ ଉପସ୍ଥିତ ଥିବା ସହ ଲୋକମାନଙ୍କୁ ସମ୍ବୋଧନ କରିବା ପାଇଁ ସନ୍ନି ଏକ ଲାଉଡ୍ ସ୍ପିକରର ବ୍ୟବହାର କରିଥିଲେ ବୋଲି ନିର୍ବାଚନ କମିସନଙ୍କ ଆଗରେ ଅଭିଯୋଗ କରାଯାଇଥିଲା । ଯାହା ପରେ ତାଙ୍କୁ ନିର୍ବାଚନ କମିସନଙ୍କ ତରଫରୁ ନୋଟିସ ମିଳିଥିବା ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/sunny_deol1_1558161285_618x347.jpeg)