ପୁଣି ଅଡ଼ୁଆରେ ସନ୍ନି ଦେଓଲ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ କମିସନ ପଠାଇଲେ ନୋଟିସ

0

ନୂଆଦିଲ୍ଲୀ : ଆସନ୍ତାକାଲି ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ପୂର୍ବରୁ ଅଭିନେତା ତଥା ଗୁରୁଦାସପୁରରୁ ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କ ଅଡ଼ୁଆ ବଢ଼ିଛି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇ ଯିବା ପରେ ରାତିରେ ଜନସଭା କରିଥିଲେ ସନ୍ନି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସମୟ ସୀମା ସରିବା ପରେ ମଧ୍ୟ ପଠାନକୋଟରେ ଜନସଭା କରିଥିବାରୁ ତାଙ୍କୁ ନିର୍ବାଚନ କମିସନ ନୋଟିସ ପଠାଇଥିବା ଜଣାପଡ଼ିଛି ।

The Tribune

ଜନସଭାରେ ପ୍ରାୟ ୨୦୦ଲୋକ ଉପସ୍ଥିତ ଥିବା ସହ ଲୋକମାନଙ୍କୁ ସମ୍ବୋଧନ କରିବା ପାଇଁ ସନ୍ନି ଏକ ଲାଉଡ୍‌ ସ୍ପିକରର ବ୍ୟବହାର କରିଥିଲେ ବୋଲି ନିର୍ବାଚନ କମିସନଙ୍କ ଆଗରେ ଅଭିଯୋଗ କରାଯାଇଥିଲା । ଯାହା ପରେ ତାଙ୍କୁ ନିର୍ବାଚନ କମିସନଙ୍କ ତରଫରୁ ନୋଟିସ ମିଳିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.