ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ନିର୍ବାଚନ କମିସନ ତୀବ୍ର ଭର୍ତ୍ସନା କରିଛନ୍ତି। ଭାରତୀୟ ସେନାକୁ ଯୋଗୀ ‘ମୋଦୀଜୀ କୀ ସେନା’ କହିବାର ୫ ଦିନ ପରେ ନିର୍ବାଚନ କମିସନ ଯୋଗୀଙ୍କୁ ଚେତାବନୀ ଦେଇଛନ୍ତି। ଆଗକୁ ଏଭଳି ମନ୍ତବ୍ୟ ନଦେବାକୁ ତାଙ୍କୁ ସତର୍କ କରାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଗାଜିଆବାଦର ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ସମୟରେ ଯୋଗୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ କଂଗ୍ରେସ ଦଳ ଆତଙ୍କବାଦୀଙ୍କୁ ବିରିୟାନୀ ଖୁଆଉଥିବାବେଳେ ମୋଦୀଜୀଙ୍କ ସେନା (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେନା) ଆତଙ୍କବାଦୀଙ୍କୁ ଗୁଳି ଏବଂ ବୋମାମାଡ଼ କରିଥାଏ। ଯୋଗୀଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏପରିକି ଗତକାଲି ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଭି କେ ସିଂହ ମଧ୍ୟ ନାପସନ୍ଦ କରିଥିଲେ। ସେ କହିଥିଲେ ଭାରତୀୟ ସେନା କୌଣସି ବ୍ୟକ୍ତିଙ୍କର ନୁହେଁ, ଏହା ସାରା ଦେଶର।
ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିସନଙ୍କ ଭର୍ତ୍ସନା
/sambad/media/post_attachments/wp-content/uploads/2019/04/jogi-a.jpg)