ଯୋଗୀ ଆଦିତ୍ୟନାଥ ଓ ସଂଜୟ ସିଂହଙ୍କୁ ଇସି ‌ନୋଟିସ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆପ୍‌ ନେତା ସଂଜୟ ସିଂହଙ୍କୁ ଆଜି ନିର୍ବାଚନ କମିସନ୍‌ (ଇସି) କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ବିଜେପି ବିରୋଧରେ ବିଭ୍ରାନ୍ତିକର ଅଭିଯୋଗ ଆଣି ସଂଜୟ ସିଂହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସଂଜୟ ସିଂହ କହିଥିଲେ ଯେ, ବିଜେପି ଦିଲ୍ଲୀରେ ବିଶୃଙ୍ଖଳା ସୃଷ୍ଟି କରି ଦିଲ୍ଲୀ ନିର୍ବାଚନ ଘୁଞ୍ଚାଇବାକୁ ଚାହୁଛି। ସିଂହ ଦାବି କରିଥିଲେ ଯେ ବିଜେପି ଫେବ୍ରୁଆରି ୨ରେ ହିଂସା ସୃଷ୍ଟି ପାଇଁ ଚେଷ୍ଟା କରିବ ଏବଂ ଏହାର ନେତାମାନେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି କରିବେ । ତେବେ ସଂଜୟ ସିଂହଙ୍କ ଏଭଳି ଅଭିଯୋଗର କୌଣସି ସତ୍ୟତା ନଥିବାରୁ ଏବଂ ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଇସି ତାଙ୍କୁ ନୋଟିସ୍‌ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ୧୨ଟା ସୁଦ୍ଧା ସଂଜୟ ସିଂହ ଏନେଇ ନିଜର ମତ ରଖିବାକୁ କହିଛନ୍ତି। ଅନ୍ୟପକ୍ଷରେ ଶାହିନ୍‌ ବାଗ୍‌ ଆନ୍ଦୋଳନକାରୀଙ୍କୁ କେଜ୍ରିୱାଲ ସରକାର ବିରିୟାନି ଖାଇବାକୁ ଦେଉଛନ୍ତି ବୋଲି କହି ଯୋଗୀ ଆଦିତ୍ୟନାଥ ଚର୍ଚ୍ଚାରେ ରହିଥିଲେ। ଏଥିପାଇଁ ଯୋଗୀଙ୍କୁ ମଧ୍ୟ ନିର୍ବାଚନ କମିସନ ନୋଟିସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର