ଅନୁରାଗ ଠାକୁରଙ୍କୁ ଇସି ନୋଟିସ୍‌

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗତକାଲି ନିର୍ବାଚନୀ ରୢାଲି ସମୟରେ ଦେଇଥିବା ଏକ ବିବାଦୀୟ ସ୍ଲୋଗାନ୍‌ ପାଇଁ ତାଙ୍କୁ ନିର୍ବାଚନ କମିସନ୍‌ ନୋଟିସ୍‌ କରିଛନ୍ତି। ଗତକାଲି ଅନୁରାଗ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ, ‌ଦେଶଦ୍ରୋହୀମାନଙ୍କୁ ଗୁଳି କରି ମାରିଦିଅ। ଅନୁରାଗ ଠାକୁରଙ୍କର ଏହି ଟିପ୍ପଣୀକୁ ନେଇ ବିବାଦ ହେବାସହ ଏ ସଂକ୍ରାନ୍ତ ଭିଡିଓ ଭାଇରାଲ୍‌ ହୋଇଥିଲା। ଆଜି ନିର୍ବାଚନ କମିସନ ଅନୁରାଗ୍‌ଙ୍କୁ ନୋଟିସ୍‌ କରିଛନ୍ତି। ଅନୁରାଗଙ୍କ ସମେତ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କୁ ମଧ୍ୟ ଇସି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ପ୍ରବେଶ ଶାହିନ୍‌ ବାଗ୍‌କୁ ନେଇ ବିବାଦୀୟ ବୟାନ ଦେଇଥିଲେ।

ସମ୍ବନ୍ଧିତ ଖବର