ସଂଖ୍ୟାଲଘୁଙ୍କୁ ଏକାଠି ଭୋଟ ଦେବାକୁ କହି ଫସିଲେ ମମତା, ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଦର୍ଶ  ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯିବା ପରେ ନିର୍ବାଚନ ଆୟୋଗ ମମତାଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ।

ଗତ ଏପ୍ରିଲ ୩ ତାରିଖରେ ହୁଗୁଳି ଜିଲ୍ଲାର ତାରକେଶ୍ବରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଭାଷଣଦେଇ ମମତା କହିଥିଲେ ଯେ ମୁସଲମାନମାନେ ନିଜର ଭୋଟର ବିଭାଜନ କରିବା ଉଚିତ ନୁହେଁ । ସେମାନେ ଏକତ୍ରିତ ହୋଇ ଗୋଟିଏ ଦଳକୁ ଭୋଟ ଦେବା ଉଚିତ ।

ଏହା ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି ବିଜେପି ନେତା ମୁଖତାର ଅବ୍ବାସ ନକଭୀ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧିମଣ୍ଡଳ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା ।

ମମତାଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସଂଖ୍ୟାଲଘୁଙ୍କୁ ମମତାଙ୍କ ଏହି ନିବେଦନ ଦର୍ଶାଉଛି ଯେ ତାଙ୍କ ହାତରୁ ସଂଖ୍ୟାଲଘୁ ଭୋଟ ଖସିଯାଉଛି ।

ସମ୍ବନ୍ଧିତ ଖବର