ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ୮୬ଟି ରାଜନୈତିକ ଦଳକୁ ତାଲିକାରୁ ହଟାଇ ଦେଇଛନ୍ତି। ଉକ୍ତ ଦଳଗୁଡ଼ିକର କୌଣସି ସତ୍ତା ନାହିଁ ଏବଂ ସେମାନେ ନିର୍ବାଚନ ନିୟମ ପାଳନ କରିପାହାନ୍ତି। ତେଣୁ ନିର୍ବାଚନ କମିସନରେ ପଂଜିକୃତ ହୋଇଥିବା ଏହି ଦଳଗୁଡ଼ିକୁ ତାଲିକାରୁ ବାଦ୍ ଦିଆଯାଇଛି। ଏଯାବତ ନିର୍ବାଚନ କମିସନ ମୋଟ୍ ୫୩୭ଟି ରାଜନୈତିକ ଦଳକୁ ଅଣ ତାଲିକାଭୁକ୍ତ କରିଛନ୍ତି। ଏଥିସହ କମିସନ ଅସ୍ତିତ୍ବ ନଥିବା ୨୫୩ଟି ଦଳକୁ ନିଷ୍କ୍ରିୟ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏବଂ ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିସନ ଏହା ପୂର୍ବରୁ ମେ ଏବଂ ଜୁନ୍ ମାସରେ ୧୯୮ଟି ମାନ୍ୟତା ପାଇନଥିବା ପଂଜିକୃତ ଦଳକୁ ତାଲିକାରୁ ହଟାଇଥିଲା। ଏବେ ଏଥିରେ ଆଉ ୮୬ଟି ଯୋଡ଼ି ହୋଇଯାଇଛି। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତି ନେଇ ଯଦି କୌଣସି ରାଜନୈତିକ ଦଳର କିଛି ଆପତ୍ତି ଅଛି ତା’ହେଲେ ସେମାନେ ୩୦ ଦିନ ମଧ୍ୟରେ କମିସନ୍ଙ୍କଠାରେ ଜବାବ ଦାଖଲ କରିପାରିବେ। ନକଲି ରାଜନୈତିକ ଦଳଗୁଡ଼ିକ କେବଳ ଚାନ୍ଦା ଉଠାଇବା ଲକ୍ଷ୍ୟରେ ଗଢ଼ି ଉଠିଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି। ଏଭଳି ଦଳଗୁଡ଼ିକ ୩ ବର୍ଷ ମଧ୍ୟରେ ୪୦୦୦ କୋଟିରୁ ଅଧିକ ସମ୍ପତ୍ତି ଓ ନଗଦ ଟଙ୍କା ଚାନ୍ଦା ଆକାରରେ ଆଦାୟ କରିଛନ୍ତି।
୮୬ ରାଜନୈତିକ ଦଳକୁ ତାଲିକାରୁ ହଟାଇଲେ ଇସି
/sambad/media/post_attachments/wp-content/uploads/2022/01/Election-Commission-of-India-1.jpg)
/sambad/media/agency_attachments/2024-07-24t043029592z-sambad-original.webp)