ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନକୁ କେନ୍ଦ୍ର କରି ଦୁଇ ଦୁଇ ଥର ଗୁଳିକାଣ୍ଡ ଘଟଣା ଘଟିବାରୁ ନିର୍ବାଚନ କମିସନ ଦକ୍ଷିଣ-ପୂର୍ବ ଦିଲ୍ଲୀର ଡେପୁଟି ପୁଲିସ କମିସନର ଚିନ୍ମୟ ବିଶ୍ବାଳଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ତେବେ ତାଙ୍କ ସ୍ଥାନରେ ଅନ୍ତରୀଣ ଦାୟିତ୍ବ ନେବାକୁ ବରିଷ୍ଠ ଅଧିକାରୀ କୁମାର ଜ୍ଞାନେଶଙ୍କୁ ନିର୍ଦ୍ଦେଶ ମିଳିଛି।
ଦୁଇଟି ଗୁଳିକାଣ୍ଡ ଯୋଗୁଁ ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିବା ଲକ୍ଷ୍ୟ କରି ଡେପୁଟି କମିସନରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପଦବୀ ପୂରଣ ବିହୀତ ପଦକ୍ଷେପ ଗ୍ରହଣ କରିବା ପର୍ଯ୍ୟନ୍ତ କୁମାର ଜ୍ଞାନେଶ ଏହି ପଦବିରେ ରହିବେ।
ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁସାରେ, ଆଇପିଏସ ଚିନ୍ମୟ ବିଶ୍ବାଳ ନିଜ ପଦବିରୁ ମୁକ୍ତ ହୋଇ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିବେ। ଗତ ଗୁରବାର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ ନିକଟରେ ସିଏଏ ବିରୋଧୀ ରୢାଲି ବେଳେ ଜଣେ ଯୁବକ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ସେହିଭଳି ଶାହିନ ବାଗରେ ଅନ୍ୟ ଜଣେ ଯୁବକ କପିଲ ଗୁଜ୍ଜର ଫାଙ୍କା ଗୁଳି ଚାଳନା କରି ଗିରଫ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dcp-delhi.jpg)