ନୂଆଦିଲ୍ଲୀ: ନିର୍ବାଚନ କମିସନ ମଙ୍ଗଳବାର ଅହମ୍ମଦାବାଦରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ‘ରୋଡ ସୋ’ ଉପରେ ଗୁଜୁରାଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। କାରଣ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଆଚରଣ ବିଦ୍ଧି ଉଲଙ୍ଘନ କରିଥିବା ଅଭିଯୋଗ କରିଛି।
ମଙ୍ଗଳବାର ଶେଷ ହୋଇଥିବା ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଉପରେ ସମ୍ବାଦଦାତାଙ୍କ ସହିତ କଥା ହୋଇ ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଉମେଶ ସିହ୍ନା କହିଥିଲେ କି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’କୁ ନେଇ ଗୁଜୁରାଟର ସିଇଓଙ୍କୁ ଏକ ରିପୋର୍ଟ ମଗା ଯାଇଛି।
ଗୁଜୁରାଟର ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ କୌଣସି ନିର୍ବାଚନ ଆଚରଣ ବିଦ୍ଧିର ଉଲଙ୍ଘନ କରି ନାହାନ୍ତି। ଏହି ବିଷୟରେ ନିର୍ବାଚନ କମିସନ୍ଙ୍କ ଅଧିକାରୀକ ଭାବେ କୌଣସି ବୟାନ ସାମ୍ନାକୁ ଆସି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/thequint_2019-04_af209d40-acdd-449c-a2b2-5bab8867d844_23041_pti4_23_2019_000230b.jpg)