ବଢ଼ିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ: ଭୋଟ ହାତେଇବା ପାଇଁ ଦେଇଥିବା ପ୍ରତିଶ୍ରୁତିର ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

କୋଲକାତା: ପୁଣି ବଢ଼ିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ। ନାମାଙ୍କନପତ୍ର ଦାଖଲ ବେଳେ ୬ଟି ଅପରାଧିକ ମାମଲା ବିଷୟରେ ସୂଚନା ଦେଇନଥିବାରୁ ବିଜେପି ନିର୍ବାଚନ ଆୟୋଗ (ଇସି) ରେ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ କରିଥିଲା। ଅଭିଯୋଗ ଦାଖଲ କରିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରାର୍ଥୀ ମତଦାତାଙ୍କୁ କୌଣସି ପ୍ରକାରର ଯୋଜନାର ଲୋଭ ଦେଖାଇ ଭୋଟ ହାତେଇ ପାରିବେ ବୋଲି ନିୟମ ରହିଛି। କିନ୍ତୁ ମମତା ବାନାର୍ଜୀ ଏହି ନିୟମର ଉଲ୍ଲଂଘନ କରିଥିବା ନେଇ ସୂଚନା ପାଇବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

aajtak

ପ୍ରତ୍ୟେକ ଗରିବଙ୍କ ଘରକୁ ମାଗଣା ରାସନ ଯୋଗାଇଦେବା ଭଳି କିଛି ଯୋଜନା ବିଷୟରେ ମମତା ବାନାର୍ଜୀ ଘୋଷଣା କରିଛନ୍ତି କି ନାହିଁ ଜାଣିବା ପାଇଁ ଏହାକୁ ନିଜ ଆଡୁ ତଦନ୍ତ ପରିସରପୂକ୍ତ କରି ନିର୍ବାଚନ ଆୟୋଗ ପୁରୂଲିଆର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ଏହା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମମତା ବାନାର୍ଜୀ କରିଥିବା ରାଲି ଏବଂ ଜନସଭାର ଏଡିଟ ହୋଇନଥିବା ଭିଡିଓ ମାଗିଛନ୍ତି। ତୃଣମୂଳ କଂଗ୍ରେସ ଏପରି କୌଣସି ଯୋଜନା ବିଷୟରେ ଘୋଷଣା କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି କି ନାହିଁ ବୋଲି ଜାଣିବା ପାଇଁ ନିର୍ବାଚନ ଆୟୋଗ ଏହି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର