ଅପରାହ୍ଣ ୩.୩୦ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩.୩୦ରେ ଭାରତର ନିର୍ବାଚନ କମିସନ୍‌ ୫ଟି ରାଜ୍ୟ: ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ।

ଏଥିନିମନ୍ତେ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମଳନୀରେ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନର ସମୟ ସାରଣୀ ଘୋଷଣା କରାଯିବ।

Image Courtesy of News

ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍‌ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନିମନ୍ତେ ସମୟ ସାରଣୀ ଘୋଷଣା କରିବାକୁ ଯାଉଛନ୍ତି।

ଦେଶରେ କରୋନାଭାଇରସ୍ ସଂକ୍ରମଣ ଏବଂ ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ର ଦ୍ରୁତ ବିସ୍ତାର ହେତୁ ବିଧାନସଭା ନିର୍ବାଚନ ବାତିଲ କରିବା ଲାଗି କେତେକ ସାମାଜିକର୍ମୀ ଏବଂ ନେତା ଦାବି କରୁଥିଲେ। କିନ୍ତୁ, ନିର୍ବାଚନ ସ୍ଥଗିତ ନ କରିବାକୁ ସବୁ ରାଜନୈତିକ ‌ଦଳର ନେତାମାନେ କହୁଛନ୍ତି ବୋଲି ପୂର୍ବରୁ ନିର୍ବାଚନ କମିସନ୍‌ ଘୋଷଣା କରିଥିଲା।

Image Courtesy of Zee News

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଟିକାକରଣ ଅଭି‌ଯାନ ବ୍ୟାପକ କରିବା ସହ ଭୋଟ୍‌ ସମୟରେ କୋଭିଡ୍‌ ସୁରକ୍ଷା ନିୟମାବଳି ପାଳନ ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ନିର୍ବାଚନ କମିସନ୍‌ ରାଜ୍ୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ମେ ମାସରେ ଶେଷ ହେଉଥିବା ବେଳେ ବାକି ୪ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ମାର୍ଚ ମାସରେ ବିଭିନ୍ନ ତାରିଖରେ ଶେଷ ହେଉଛି।

ସମ୍ବନ୍ଧିତ ଖବର