ନୂଆଦିଲ୍ଲୀ: ଏକ ଅଦ୍ଭୁତପୂର୍ବ ଘଟଣାକ୍ରମରେ ଦେଶର ନିର୍ବାଚନ କମିଶନ ଆଜି (ମଙ୍ଗଳବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରସ୍ଥ ହୋଇ ରାଜସ୍ଥାନ ରାଜ୍ୟପାଳଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜ ପଦମର୍ଯ୍ୟାଦାର ଅପବ୍ୟବହାର କରି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରିବା ସହ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ।

Advertisment

publive-image

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଗତ ମାର୍ଚ୍ଚ ୨୫ ତାରିଖରେ ଖୋଲାଖୋଲି ଭାବେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ରାଜ୍ୟପାଳ ସିଂହ କହିଥିଲେ, ‘ମୁଁ ଜଣେ ଦଳୀୟ କର୍ମୀ ଅନ୍ତରିକ ଭାବେ ଚାହୁଁଛି ଯେ ଚଳିତ ନିର୍ବାଚନରେ ବିଜେପି ବିପୁଳ ବିଜୟ୍ର ହାସଲ କରୁ ଏବଂ ନରେନ୍ଦ୍ର ମୋଦି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଉଭୟ ରାଷ୍ଟ୍ର ସମାଜର ହିତ ଦୃଷ୍ଟିରୁ ଦେଶରେ ବିଜେପି ସରକାର ଗଢ଼ିବା ସହ ନରେନ୍ଦ୍ର ମୋଦି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ନିହାତି ଜରୁରୀ’। ତେବେ ରାଜ୍ୟପାଳ ସିଂହଙ୍କର ବିଜେପି ସପକ୍ଷରେ ଏପ୍ରକାର ନିର୍ବାଚନ ପ୍ରଚାର ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି ନିର୍ବାଚନ କମିଶନ।

publive-image

କାରଣ, ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ଏବଂ ନିରପେକ୍ଷ ପଦବୀ ହୋଇଥିବାରୁ ସେ କୌଣସି ଦଳ ପାଇଁ ପ୍ରଚାର କରି ପରିବେ ନାହିଁ। ତେବେ, ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜ ପଦମର୍ଯ୍ୟାଦାର ଅପବ୍ୟବହାର କରି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରିବା ସହ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅନ୍ୟ କୌଣସି ରାଜ୍ୟପାଳଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ନେଇ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ଆଗତ ହୋଇ ନଥିଲା।