ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର କାଳରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ ଯୋଗୀ ଆଦିତ୍ୟନାଥ, ମାୟାବତୀ, ମାନେକା ଗାନ୍ଧୀ ଓ ଆଜମ୍ ଖାନ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ଉପରେ ନିର୍ବାଚନ ପ୍ରଚାର କରି ନପାରିବାର ଯେଉଁ ନିିଷେଧାଦେଶ ଲଗାଇଛନ୍ତି, ତାକୁ ଆଜି ସ୍ୱାଗତ କରିଛନ୍ତି ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ କେହି ଆଉ ନିର୍ବାଚନ କମିଶନଙ୍କୁ ‘କ୍ଷମତାହୀନ’, ‘ଦନ୍ତହୀନ’ ବୋଲି କହିବାକୁ ସାହସ କରିବେ ନାହିଁ। ‘ନିର୍ବାଚନ କମିଶନଙ୍କ ଦ୍ୱାରା ଗ୍ରହଣ କରା ଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ପ୍ରମାଣ ଦେଉଛି ଯେ ନିର୍ବାଚନ କମିିଶନ ତାଙ୍କର କ୍ଷମତା ଫେରି ପାଇଛନ୍ତି’ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ।
/sambad/media/post_attachments/wp-content/uploads/2019/04/SC1-1-300x150.jpg)
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ନିକଟରେ ଗତକାଲି ନିର୍ବାଚନ କମିଶନଙ୍କ ଓକିଲ କହିଥିଲେ ଯେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ନେତାମାନଙ୍କ ବିରୋଧରେ କୌଣସି ପ୍ରକାରର ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବା ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିବାର କ୍ଷମତା ନିର୍ବାଚନ କମିଶନଙ୍କର ନାହିଁ। ଏପରି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ କ୍ଷମତା କେବଳ ମାତ୍ର ନୋଟିସ୍ ଜାରି କରିବାରେ ସୀମିତ। ଯାହା ନିର୍ବାଚନ କମିଶନ କରି ସାରିଛନ୍ତି। ନିର୍ବାଚନ କମିଶନଙ୍କ ଓକିଲଙ୍କ ଠାରୁ ଏପ୍ରକାର ଉତ୍ତର ଶୁଣିବା ପରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆଜି ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ କୋର୍ଟରେ ହାଜର ରହିବା ପାଇଁ ସମନ ଜାରି କରଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Sc-1.jpeg)