ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଚିରାଗ ପାଶୱାନ ଓ ପଶୁପତି ପାରସଙ୍କ ମଧ୍ୟରେ ନିର୍ବାଚନୀ ଚିହ୍ନକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି। ବିବାଦ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ନିର୍ବାଚନୀ ଚିହ୍ନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଉଭୟ ଚିରାଗ ପାଶୱାନ ଓ ପଶୁପତି ପାରସଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଶେଷ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ବିହାରର ଖାଲି ପଡ଼ିଥିବା ଦୁଇଟି ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୩୦ରେ ହେବାକୁ ଥିବା ବିହାର ବିଧାନସଭା ଉପନିର୍ବାଚନ ପାଇଁ ଚିରାଗ ପାଶୱାନ୍ ଦଳର ନିର୍ବାଚନ ପ୍ରତୀକ ଉପରେ ନିଜର ଅଧିକାର ଦାବି କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ କୌଣସି ସମାଧାନର ବାଟ ବାହାରି ନପାରିବାରୁ ନିର୍ବାଚନ ଆୟୋଗ ପାର୍ଟିର ନିର୍ବାଚନୀ ଚିହ୍ନକୁ ସ୍ଥଗିତ ରଖିଛନ୍ତି।
Election Commission of India (ECI) freezes Lok Janshakti Party's symbol amid tussle between factions of Chirag Pawan and Pashupati Kumar Paras pic.twitter.com/YmWQb5tyMe
— ANI (@ANI) October 2, 2021
ଉଲ୍ଲେଖଯୋଗ୍ୟ, ଏହି ବିବାଦର ସମାଧାନ ପାଇଁ ନିର୍ବାଚନ ଆୟୋଗ ତିନୋଟି ବିକଳ୍ପ ଉପରେ ବିଚାର କରିଥିଲେ। ପ୍ରଥମଟି ଥିଲା ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଦଳର ଚିହ୍ନକୁ ସ୍ଥଗିତ କରି ଉଭୟ ଦଳକୁ ଭିନ୍ନ ଭିନ୍ନ ଚିହ୍ନ ସହ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦୋବ। ଦ୍ବିତୀୟରେ ଦଳୀୟ ଚିହ୍ନକୁ ଏଲଜେପି ସଭାପତି ଥିବା ଚିରାଗ ପାସୱାନଙ୍କୁ ଦେବା ଏବଂ ତୃତୀୟରେ ପଶୁପତି ପାରସଙ୍କ ଦଳକୁ ଏଲଜେପି ପାର୍ଟିର ଚିହ୍ନ ଦେବା।