ନୂଆଦିଲ୍ଲୀ: ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍ରେ ତତ୍ପରତା ନ ଥିବା ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଛନ୍ତି।
ସେ କହିଛନ୍ତି, ୧୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇବା ପରେ ଉକ୍ତ ଆସନରୁ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ନ୍ୟାୟିକ ପ୍ରତିକାର ବ୍ୟବସ୍ଥା ପ୍ରୟୋଗ ପାଇଁ ୩୦ ଦିନ ସମୟ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଲୋକସଭାରୁ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବାରୁ ନିର୍ବାଚନ କମିସନ୍ ଯଥାଶୀଘ୍ର ୱାୟନାଡ଼ରେ ଉପନିର୍ବାଚନ ଘୋଷଣା କରିବେ ବୋଲି ଗୁଜବ ପ୍ରସାରିତ ହୋଇଥିଲା। କିନ୍ତୁ, ମୁଖ୍ୟ ନିର୍ବାଚନ କମିସନର୍ ସୂଚନା ଦେଲେ ଯେ, ଏଥିପାଇଁ ନିର୍ବାଚନ କମିସନ୍ କିଛି ଦିନ ଅପେକ୍ଷା କରିବ। କାରଣ ଉଚ୍ଚତର ଅଦାଲତରେ ଉକ୍ତ ରାୟକୁ ଚାଲେଞ୍ଜ୍ କରିବା ଲାଗି ଗାନ୍ଧୀଙ୍କୁ ୩୦ ଦିନ ସମୟ ଦିଆଯାଇଛି।
Image Courtesy of India Todayସେ କହିଛନ୍ତି, ନିର୍ବାଚନ କମିସନ୍ ରାଜନୀତି କରେନାହିଁ। କୌଣସି ଆସନ ଖାଲି ପଡ଼ିଲେ ଉପନିର୍ବାଚନ କରାଇବା ଲାଗି ୬ ମାସ ସମୟ ଥାଏ। ତରବର ହେବାର କାରଣ ନାହିଁ। ନ୍ୟାୟିକ ପ୍ରତିକାର ପାଇଁ ଟ୍ରାଏଲ୍ କୋର୍ଟ ୩୦ ଦିନ ସମୟ ଦେଇଛନ୍ତି। ତେଣୁ, ଆମେ ଅପେକ୍ଷା କରିବୁ।
ସୂଚନାଯୋଗ୍ୟ, ରାହୁଲ୍ଙ୍କୁ ଧମକ ଦେବା ସହିତ ଅପମାନ ଦେଉଛନ୍ତି ବୋଲି ତାଙ୍କ ଦଳୀୟ ନେତାମାନେ ସରକାରଙ୍କ ଉପରେ ଦୋଷାରୋପ କଲେ ସୁଦ୍ଧା ମଙ୍ଗଳବାର ଦିନ ସେ କହିଛନ୍ତି ଯେ, ଲୋକସଭା ସଚିବାଳୟର ନୋଟିସ ଅନୁସାରେ, ସେ ସରକାରୀ ବାସଭବନ ଛାଡ଼ିଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/rr-1.jpg)