ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଗୁଜୁରାଟ, ପଞ୍ଜାବ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଚାରିଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ୍ ଅଧୀକ୍ଷକ (ଏସପି) ଭାବରେ ଅବସ୍ଥାପିତ ଅଣ କ୍ୟାଡର ଅଧିକାରୀଙ୍କ ପାଇଁ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନ।
ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି । ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି । ଢେଙ୍କାନାଳର ଜିଲ୍ଲାପାଳ ଏବଂ ଓଡ଼ିଶାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳର ଏସପି ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ । ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।