ନୂଆଦିଲ୍ଲୀ : ଭୋଟର ତାଲିକାରେ ତ୍ରୁଟିକୁ ନେଇ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଉପରେ ଭୋଟ ଚୋରି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି । ବିରୋଧୀ ଦଳମନଙ୍କ ଏହି ଆରୋପକୁ ନେଇ ନିର୍ବାଚନ କମିସନ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଭୋଟର ତାଲିକା ପ୍ରସ୍ତୁତିର ସମସ୍ତ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସାମିଲ ରହିଥାନ୍ତି।
କମିସନ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡ କପି ଏବଂ ଡିଜିଟାଲ୍ କପି ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରଦାନ କରାଯାଇଥାଏ। ଆହୁରି ମଧ୍ୟ ଏଗୁଡ଼ିକୁ ନିର୍ବାଚନ କମିସନଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଥାଏ। ତାହାପରେ ଆପତ୍ତି ଅଭିଯୋଗ ଜଣାଇବାକୁ ଗୋଟିଏ ମାସ ସମୟ ଦିଆଯାଇଥାଏ ।
କମିସନ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡ କପି ଏବଂ ଡିଜିଟାଲ୍ କପି ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରଦାନ କରାଯାଇଥାଏ। ଆହୁରି ମଧ୍ୟ ଏଗୁଡ଼ିକୁ ନିର୍ବାଚନ କମିସନଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଥାଏ। ତାହାପରେ ଆପତ୍ତି ଅଭିଯୋଗ ଜଣାଇବାକୁ ଗୋଟିଏ ମାସ ସମୟ ଦିଆଯାଇଥାଏ । ଏହା ପରେ ଚୂଡାନ୍ତ ଭୋଟର ତାଲିକାକୁ ବି ରାଜନୈତିକ ଦଳମାନଙ୍କ ସହ ସେୟାର କରାଯାଇଥାଏ ଓ ଦ୍ବିସ୍ତରୀୟ ଅପିଲ ବ୍ୟବସ୍ଥା ଉପଲବ୍ଧ କରାଯାଇଥାଏ । ଏହା ସତ୍ତ୍ବେ ଲାଗୁଛି ଯେ କେତେକ ରାଜ୍ୟନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟମାନେ ସମୟ ଥାଉ ଥାଉ ତ୍ରୁଟିଗୁଡ଼ିକ ସମ୍ପର୍କରେ ଅପିଲ କରିନଥିଲେ । ଯଦି କୌଣସି ବୁଥ ଏଜେଣ୍ଟଙ୍କର ଭୋଟର ତାଲିକାକୁ ନେଇ କୌଣସି ପ୍ରକାରର ଆପତ୍ତି ଥିଲା, ସେ ଠିକ ସମୟରେ ଏହାକୁ ନେଇ ଅପିଲ କରିନଥିଲେ । ସେ ଯଦି ଅପିଲ କରିଥାନ୍ତା ତାହାର ସମାଧାନ ହୋଇପାରିଥାନ୍ତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/16/eci1-2025-08-16-22-13-00.jpg)