ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ୍‌ ଆଚରଣବିଦ୍ଧି ଲାଗୁ କରିବା ପରେ ଲୋକସଭା ନିର୍ବାଚନକୁ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ଏଯାବତ୍‌ ନଗଦ ଟଙ୍କା, ମଦ, ଔଷଧ, ସୁନା ଓ ରୂପା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୧୫୮୨.୧୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Advertisment

ଜବତ ହୋଇଥିବା ଟଙ୍କା ଓ ସାମଗ୍ରୀ ତାଲିକା ଗୁଜୁରାଟ ସବୁଠାରୁ ଶୀର୍ଷ ସ୍ଥାନରେ ରହିଛି। ଗୁଜୁରାଟରୁ ୫୧୦ କୋଟି ଟଙ୍କାର ମଦ ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ବେଳେ...

୨. ତାମିଲନାଡୁରୁ- ୨୭୦ କୋଟି ଟଙ୍କା
୩. ଆନ୍ଧ୍ରାପ୍ରଦେଶରୁ-୧୫୮କୋଟି ଟଙ୍କା
୪. ପଞ୍ଜାବରୁ- ୧୫୫.୯୧ କୋଟି ଟଙ୍କା
୫. ଉତ୍ତରପ୍ରଦେଶରୁ - ୧୪୨.୩୧ କୋଟି ଟଙ୍କା

ସେହିପରି ମାହାରାଷ୍ଟ୍ରରୁ ୧୯ଲକ୍ଷ ଲିଟର ମଦ ଜବତ ହୋଇଥିଲା ବେଳେ ଉତ୍ତରପ୍ରଦେଶରୁ ୧୨ଲକ୍ଷ ଲିଟର, କର୍ଣ୍ଣାଟକରୁ ୭.୪୪ଲକ୍ଷ ଲିଟର, ପଶ୍ଚିମବଙ୍ଗରୁ ୬.୯୨ଲକ୍ଷ ଲିଟର, ଆନ୍ଧ୍ରାପ୍ରଦେଶରୁ ୫.୫୫ ଲିଟର ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ୩୫.୨୧ ଲକ୍ଷ ଲିଟର ମଦ ଜବତ ହୋଇଛି। ଉତ୍ତରପ୍ରଦେଶରୁ ଜବତ ହୋଇଥିବା ମଦର ମୂଲ୍ୟ ୩୫.୨୧କୋଟି ଟଙ୍କା ଥିବା ବେଳେ କର୍ଣ୍ଣାଟକରେ ୩୧.୯୨ କୋଟି ଟଙ୍କାର ରହିଛି।

publive-image Raj Malhotra's IAS

ସେହିପରି ତାମିଲନାଡୁରୁ ନଗଦ ୧୨୭. ୮୪ କୋଟି ଟଙ୍କା ନିର୍ବାଚନ କମିସନ୍‌ ଜବତ କରିଥିବା ବେଳେ ଆନ୍ଧ୍ରାପ୍ରଦେଶରୁ ୯୫.୭୯କୋଟି ଟଙ୍କା ଓ ମହାରାଷ୍ଟ୍ରରୁ ୨୬.୬୯ କୋଟି ଟଙ୍କା ଓ ଉତ୍ତରପ୍ରଦେଶରୁ ୨୪.୧୧ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।

publive-image Raj Malhotra's IAS

ଔଷଧ ଓ ମାଦକ ଦ୍ରବ୍ୟ ଜବତ ତାଲିକାରେ ଗୁଜୁରାଟ ସବୁଠାରୁ ଶୀର୍ଷ ସ୍ଥାନରେ ରହିଛି। ଗୁଜୁରାଟରୁ ୫୦୦କୋଟି ଟଙ୍କାର ଔଷଧ ଜବତ ହୋଇଛି। ସେହିପରି ପଞ୍ଜାବରୁ ୧୧୬କୋଟି ଟଙ୍କାର , ମଣିପୁରରୁ ୨୭.୧୩ କୋଟି ଟଙ୍କାର ଔଷଧ ଜବତ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୧୪୩୯୬ କିଲୋଗ୍ରାମ୍‌ ଔଷଧ ନିର୍ବାଚନ କମିସନ୍‌ ଜବତ କରିଛି।

କେବଳ ଏତିକି ନୁହେଁ ତାମିଲନାଡୁରୁ ୧୩୪.୬ କୋଟି ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ ହୋଇଥିବା ବେଳେ ଉତ୍ତରପ୍ରଦେଶରୁ ୬୦.୨୯ କୋଟି ଟଙ୍କାର ଅଳଙ୍କାର ମିଳିଛି।
ତେବେ ଜବତ ହୋଇଥିବା ନଗଦ ଟଙ୍କାର ମୂଲ୍ୟ ପାଖାପାଖି ୩୭୭ କୋଟି ଟଙ୍କା ଥିବା ବେଳେ ମଦ ମୂଲ୍ୟ ୧୫୭କୋଟି, ଔଷଧ ଓ ନଶାଦ୍ରବ୍ୟ ମୂଲ୍ୟ ୭୦୫ କୋଟି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ମୂଲ୍ୟ ୩୧୨ କୋଟି ଟଙ୍କା ରହିଛି। ସେହିପରି ଅନ୍ୟ ସାମଗ୍ରୀ ମୂଲ୍ୟ ପାଖାପାଖି ୨୮. ୬୨୯ କୋଟି ଟଙ୍କା ଥିବା ଅନୁମାନ କରାଯାଉଛି।