ଶ୍ରୀନଗର (ଜମ୍ମୁ-କଶ୍ମୀର): ପୁଲଓ୍ଵାମାରେ ଘଟି ଯାଇଥିବା ଆତଙ୍କବାଦୀ ହାମ୍‌ଲା ଓ ତତ୍‌ ପରବର୍ତ୍ତୀ ଘଟଣା ପ୍ରବାହକୁ ନେଇ ଏବେ ସୀମାନ୍ତବର୍ତ୍ତୀ ରାଜ୍ୟ ଜମ୍ମୁ- କଶ୍ମୀରରେ ପରିସ୍ଥିତି ଅଶାନ୍ତ ରହିଛି। ଏପରିସ୍ଥିତିରେ ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ପ୍ରାକ୍‌ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନଙ୍କ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଦୁଇ ଦିନିଆ ଗସ୍ତରେ ଜମ୍ମୁ- କଶ୍ମୀର ଆସି ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି।

Advertisment

publive-image

ନିର୍ବାଚନ କମିଶନଙ୍କ ଏହି ୫ ଜଣିଆ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ଉପ ନିର୍ବାଚନ କମିଶନର ସନ୍ଦୀପ୍‌ ସାକ୍ସେନା ନେଉଥିବା ବେଳେ, ତାଙ୍କ ସହ ଅଛନ୍ତି ଡାଇରେକ୍ଟର ଜେନେରାଲ (ଏକ୍ସପେଣ୍ଡିଚର) ଦୀଲିପ୍‌ ଶର୍ମା, ଏଡିଜି (ଏସ୍‌ପିଏସ୍‌) ଶେଫାଳୀ ବି ସାରନ୍‌, ଡାଇରେକ୍ଟର ନିଖିଲ କୁମାର ଓ ପ୍ରିନ୍ସିପାଲ ସେକ୍ରେଟେରି ଷ୍ଟାଣ୍ଡହୋପ୍‌ ୟୁହୁଲୁଙ୍ଗ୍‌। ସମୀକ୍ଷା କାଳରେ ନିର୍ବାଚନ କମିଶନଙ୍କ ପ୍ରତିନିଧି ମଣ୍ଡଳୀ ଜମ୍ମୁ- କଶ୍ମୀରରେ ଥିବା ୭ଟି ଜାତୀୟ ସ୍ତରର ଦଳ ଓ ୩ଟି ଆଞ୍ଚଳିକ ଦଳର ପ୍ରମୁଖ ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ମତାମତ ନେବା ସହ ରାଜ୍ୟର ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରି ପ୍ରାକ୍‌ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।