ବିହାରରେ ୫୨ ଲକ୍ଷ ଭୋଟରଙ୍କ ନାଁ କଟିବ

ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ବିହାରରେ ମୋଟ ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବ ଏବଂ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ । ଏହି ୫୨ ଲକ୍ଷ ଭୋଟର ସେମାନଙ୍କ ଠିକଣାରେ ଆଉ ରହୁନଥିବା କିମ୍ବା ମୃତ୍ୟୁବରଣ କରୁଥିବା ଅଥବା ଏକାଧିକ ସ୍ଥାନରେ ପଂଜୀକୃତ ଥିବା ଆୟୋଗ ଜାଣିବାକୁ ପାଇଛନ୍ତି । 

pp

ପାଟନା: ବିହାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇର)କୁ ବିରୋଧୀ ଦଳମାନେ ପ୍ରବଳ ବିରୋଧ କରୁଥିବାବେଳେ ସେମାନଙ୍କ ପାଇଁ ଏକ ଖରାପ ଖବର ଆସିଛି । ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ବିହାରରେ ମୋଟ ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବ ଏବଂ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ।

ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସଂଖ୍ୟା ଅନୁଯାୟୀ, ଅଗଷ୍ଟ ୧ ତାରିଖରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାରେ ବିହାରର ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିବ। ଆଗାମୀ ତିନି ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ।

ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସଂଖ୍ୟା ଅନୁଯାୟୀ, ଅଗଷ୍ଟ ୧ ତାରିଖରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାରେ ବିହାରର ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିବ। ଆଗାମୀ ତିନି ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏହି ୫୨ ଲକ୍ଷ ଭୋଟର ସେମାନଙ୍କ ଠିକଣାରେ ଆଉ ରହୁନଥିବା କିମ୍ବା ମୃତ୍ୟୁବରଣ କରୁଥିବା ଅଥବା ଏକାଧିକ ସ୍ଥାନରେ ପଂଜୀକୃତ ଥିବା ଆୟୋଗ ଜାଣିବାକୁ ପାଇଛନ୍ତି । 

ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ନୂତନ ସରକାରୀ ତଥ୍ୟ ଅନୁଯାୟୀ, ବିହାରରେ ଭୋଟର ସ୍ପେଶାଲ୍ ସଘନ ସଂଶୋଧନ (ଏସଆଇଆର) ସମୟରେ  ୧୮ ଲକ୍ଷ ୬୬ ହଜାର ୮୬୯ ମୃତ ଭୋଟର ମିଳିଛି। ଏହା ବ୍ୟତୀତ, ନୂତନ ତଥ୍ୟରେ ୨୬,୦୧,୦୩୧ ଜଣ ସ୍ଥାନାନ୍ତରିତ ଭୋଟର, ୭,୫୦,୭୪୨ ଜଣ ଭୋଟର ଯାହାଙ୍କ ନାମ ଗୋଟିଏରୁ ଅଧିକ ସ୍ଥାନରେ ପଞ୍ଜିକୃତ ଅଛି ଏବଂ ୧୧,୪୮୪ ଜଣ ଭୋଟର ଯାହାଙ୍କ ସ୍ଥାନ ଜଣା ନାହିଁ, ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe