ପରିବେଶ ଅନୁକୂଳ କରାଯିବ ଅଯୋଧ୍ୟା ରାମ ମନ୍ଦିର: ସାରା ବିଶ୍ୱରୁ ଆସିଛି ୪୫୦ଟି ପ୍ଲାନ

ନୂଆଦିଲ୍ଲୀ: ପରିବେଶ ଅନୁକୂଳ କରାଯିବ ଅଯୋଧ୍ୟା ରାମ ମନ୍ଦିର | ଆଉ ଏଥିପାଇଁ ସାରା ବିଶ୍ୱରୁ ଆସିଛି ୪୫୦ଟି ପ୍ଲାନ | ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହିତ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ୬୭ ଏକର ଜମିର ବିକାଶ ପାଇଁ ପ୍ରସ୍ତୁତି ଚାଲିଛି। ଆଉ ଏହି ବିକାଶ ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୱେବସାଇଟ ଏବଂ ମେଲରେ ୪୫୦ଟି ପରାମର୍ଶ ଗ୍ରହଣ କରାଯାଇଛି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ଇଞ୍ଜିନିୟର, ସ୍ଥପତି,ଵାସ୍ତୁବିଦଙ୍କଠାରୁ ୩ ଏକର ଜମି ବ୍ୟତୀତ ବାକି ସ୍ଥାନର ବିକାଶ ପାଇଁ ପରାମର୍ଶ ମଗାଯାଇଥିଲା ।

ୱେବସାଇଟକୁ ପରାମର୍ଶ ଏବଂ ଡିଜାଇନ୍ ପଠାଇବାର ଶେଷ ତାରିଖ ୨୫ ନଭେମ୍ବର ଥିଲା। ଶେଷ ତାରିଖ ପର୍ଯ୍ୟନ୍ତ, ଡିଜାଇନ୍ ସହିତ ରାମ ଜନ୍ମଭୂମି ଟ୍ରଷ୍ଟର ୱେବସାଇଟ୍ ଏବଂ ମେଲରେ ପ୍ରାୟ ୪୫୦ଟି ପରାମର୍ଶ ମିଳିଛି | ଏଥିରୁ ସର୍ବୋତ୍ତମ ପରାମର୍ଶ ଏବଂ ଡିଜାଇନ୍ ବାଛିବା ପାଇଁ ଏକ କମିଟି ଗଠନ କରାଯାଇଛି |

ଏହି କମିଟିର ଅଧ୍ୟକ୍ଷ ଭାବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜଙ୍କୁ କରାଯାଇଛି। ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି ଯେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଚାହୁଁଛନ୍ତି ଯେ ୭୦ ଏକର ଜମିରେ ପରିବେଶ ଅନୁକୂଳ ରାମ ମନ୍ଦିର ହେଉ। ଏଥିପାଇଁ ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି | ରାମ ମନ୍ଦିର ନିର୍ମାଣ ପାଇଁ ପରିବେଶବିତଙ୍କ ସହଯୋଗ ମଧ୍ୟ ନିଆଯାଉଛି |

ସମ୍ବନ୍ଧିତ ଖବର