ପ୍ରଧାନମନ୍ତ୍ରୀ ବିଶ୍ବର ସର୍ବବୃହତ୍‌ ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି: ନଡ୍ଡା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହା ବିଶ୍ବର ସର୍ବବୃହତ୍‌ ରିଲିଫ ପ୍ୟ‌ାକେଜ୍‌ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଟ୍ବିଟ୍‌ କରି ଜଣାଇଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହି ଆର୍ଥିକ ପ୍ୟାକେଜ ସମ୍ପୂର୍ଣ୍ଣ ସହାୟକ ହେବ ବୋଲି ନଡ୍ଡା କହିଛନ୍ତି। କୋଭିଡ-୧୯ ମହାମାରୀ ଲକ୍‌ଡାଉନ୍‌ ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ପଞ୍ଚମ ଥର ପାଇଁ ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ଦେଶର ସମସ୍ତ ବର୍ଗର ଲୋକମାନଙ୍କୁ ଏହି ଆର୍ଥିକ ପ୍ୟାକେଜ ସହାୟକ ହେବ ଏବଂ ଏହା ଦେଶର ଜିଡିପିର ୧୦ ପ୍ରତିଶତ। ‘ଆତ୍ମନିର୍ଭର ଭାରତ’ ଏବେ ସମଗ୍ର ଦେଶ ପାଇଁ ଏକ ବିରାଟ ଆହ୍ବାନ ବୋଲି ନଡ୍ଡା କହିଛନ୍ତି। କୌଣସି ଦେଶ ଏଯାଏ ଏଭଳି ବୃହତ୍‌ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିନାହାନ୍ତି ବୋଲି ନଡ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର