ଅର୍ଥନୈତିକ ସର୍ଭେ : ଭାରତ ହେବ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

୨୦୧୮-୧୯ରେ ଅଭିବୃଦ୍ଧିହାର ୭.୫% ଛୁଇଁବ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭ରୁ ୭.୫ ପ୍ରତିଶତକୁ ବୃଦ୍ଧି ପାଇବା ସହ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପରିଣତ ହେବ । ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଫଳରେ ଅର୍ଥନୀତିରେ ଏହି ଅଭିବୃଦ୍ଧି ଦେଖାଯିବ ବୋଲି ଆଜି ଲୋକସଭାରେ ଉପସ୍ଥାପିତ ୨୦୧୭-୧୮ର ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।
ସୋମବାରଦିନ ସଂସଦରେ ଗୁରୁତ୍ୱପୂର୍ଣ୍ଣ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ଦେବା ସହ ଏହି ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତା ଫେବ୍ରୁଆରୀ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ ।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଗତ କିଛି ବର୍ଷ ଧରି ସରକାର ଆରମ୍ଭ କରିଥିବା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଦ୍ୱାରା ଭାରତୀୟ ଅର୍ଥନୀତି ମଝବୁତ ହୋଇଛି । ଏହାଫଳରେ ଚଳିତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶ ଅଭିବୃଦ୍ଧି ୬.୭୫ ପ୍ରତିଶତ ଥିଲା ଓ ନୂଆ ଆର୍ଥିକ ବର୍ଷରେ ଏହା ଆହୁରି ଉନ୍ନତ ହୋଇ ୭ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଗତ ତିନି ବର୍ଷ ଧରି ଭାରତର ହାରାହାରି ଆର୍ଥିକ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ଥିଲା, ଯାହାକି ବିଶ୍ୱର ପ୍ରମୁଖ ଅର୍ଥନୀତି ମାନଙ୍କ ମଧ୍ୟରେ ସର୍ବୋତ୍ତମ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର