ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ବିକାଶ ହାର ୬ରୁ ୬.୫ ପ୍ରତିଶତ ମଧ୍ୟରେ ରହିବ

ନୂଆଦିଲ୍ଲୀ: ପରମ୍ପରା ଅନୁସାରେ ସାଧାରଣ ବଜେଟ ଉପସ୍ଥାପନ ପୂର୍ବରୁ  ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପାର୍ଲାମେଣ୍ଟରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬.୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଏଥିରେ ପ୍ରଦତ୍ତ ତଥ୍ୟ ଅନୁସାରେ ଦେଶର ଅର୍ଥନୀତି ନିମ୍ନତମ ବିନ୍ଦୁରେ ପହଞ୍ଚିଥିବା ଦେଖାଯାଇଛି।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ‌ତ୍ର‌ୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ୪.୫% ରହିଥିଲା, ଯାହାକି ୨୦୧୩ ମସିହା ପରେ ସର୍ବନିମ୍ନ ଅଭିବୃଦ୍ଧି ହାର ବୋଲି ଜଣାପଡ଼ିଛି।  ସେହିପରି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ  ଭାରତର ଜିଡିପିରେ ମାତ୍ର ୫% ହାରରେ ଅଭିବୃଦ୍ଧି ଘଟିବ। ଏହା ୨୦୦୮-୦୯ ଆର୍ଥିକ ବର୍ଷ ପରେ ସବୁଠାରୁ କମ୍ ବୋଲି ସୂଚନା ମିଳିଛି।

ଅନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରି  ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ଏହା ପରେ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ଯାଏ ଲୋକସଭାକୁ ମୁଲତବୀ ରଖିଛନ୍ତି । ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଆଗତ ହେବା ଆଗରୁ ସଂସଦ ଭବନ ପରିସରରେ ସଫଳତାର ସହ ଗୃହ କାମରେ ସହଯୋଗ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଏହି ଅଧିବେଶନରେ ଆର୍ଥିକ ସ୍ଥିତି ଓ ନୀତିକୁ ନେଇ ଚର୍ଚ୍ଚା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧିତ ଖବର