ଆସନ୍ତାବର୍ଷରୁ ଡାକ୍ତରୀ ପାଠ୍ୟକ୍ରମ ଆଡ୍‌ମିସନ୍‌ ପାଇଁ ବଦଳିବ ‘ଆର୍ଥିକ ଦୁର୍ବଳ ବର୍ଗ ସଂରକ୍ଷଣ ନିୟମ’: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଶିକ୍ଷାବର୍ଷ ନିମନ୍ତେ ସମଗ୍ର ଦେଶରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ‘ଆର୍ଥିକ ଦୁର୍ବଳ ବର୍ଗ’ (ଇଡବ୍ଲଏସ୍‌) ସଂରକ୍ଷଣ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ଲାଗି ଥିବା ନିମୟ କାଏମ ରିହିବ। ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ସରକାର ଏ କଥା କହିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ‘ନିଟ୍‌’ ପାଇଁ ଏବେ କଲେଜଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କର ନାମଲେଖା ଏବଂ ସିଟ୍‌ ଆବଣ୍ଟନ ଚାଲିଥିବା ବେଳେ ‘ଇଡବ୍ଲୁସି’ ନିୟମ ପରିବର୍ତ୍ତନ କଲେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ।

ତେଣୁ, ଆସନ୍ତା ଶିକ୍ଷାବର୍ଷରୁ ସଂଶୋଧିତ ‘ଇଡବ୍ଲୁସି’ ନିୟମ ଲାଗୁ କରାଯିବ ବୋଲି ସରକାର କହିଛନ୍ତି। ସଂଶୋଧିତ ‘ଇଡବ୍ଲୁସି’ ନିୟମରେ ସରକାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରେ ସୀମିତ ରଖିଛନ୍ତି। କିନ୍ତୁ, ଆୟ ଯେତେ ହୋଇଥାଉ ନା କାହିଁକି ୫ ଏକର କିଂବା ତହିଁରୁ ଅଧିକ ଚାଷଜମି ଥିବା ପରିବାରବର୍ଗକୁ ଆର୍ଥିକ ଦୁର୍ବଳ ବର୍ଗ କ୍ବୋଟାରୁ ବାଦ ଦେଇଛନ୍ତି।

Image Courtesy of India Today

‘ଓବିସି’ଙ୍କ କ୍ଷେତ୍ରରେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍‌ ଆୟକାରୀଙ୍କୁ ‘କ୍ରିମି ଲେୟର୍‌’ ବୋଲି ଧାର୍ଯ୍ୟ କରାଯିବା ବେଳେ ସର୍ବଭାରତୀୟ ସଂରକ୍ଷଣ (କ୍ବୋଟା) କ୍ଷେତ୍ରରେ ‘ଇଡବ୍ଲୁସି’ ହିତାଧିକାରୀ ଚିହ୍ନଟ ପାଇଁ କାହିଁକି ସେତିକି ଅର୍ଥ ଧାର୍ଯ୍ୟ କରାଯାଇଛି ବୋଲି ଅଦଲତ ପଚାରି ଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ‘ଆର୍ଥିକ ଦୁର୍ବଳ ବର୍ଗ କ୍ବୋଟା ନିୟମ’ ବିବାଦ ‘ନିଟ୍‌’ ସ୍ନା‌ତକୋତ୍ତର ଆଡ୍‌ମିସନ୍‌କୁ ଏମିତି ପ୍ରଭାବିତ ଓ ବିଳମ୍ବ କଲା ଯେ, ଜାତୀୟ ରାଜଧାନୀରେ ଗତ ସପ୍ତାହରେ କନିଷ୍ଠ ଡାକ୍ତରମାନେ ୧୪ ଦିନ କାଳ ଧର୍ମଘଟ ଚଳାଇଥିଲେ।

ବିଶେଷଜ୍ଞମାନଙ୍କଦ୍ବାରା ସଂଶୋଧିତ ହୋଇଥିବା ‘ଆର୍ଥିକ ଦୁର୍ବଳ ବର୍ଗ କ୍ବୋଟା ନିୟମ’ ସୁପ୍ରିମ୍‌ କୋର୍ଟରେ ଦାଖଲ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ରାଜି ହେବା ପରେ ଧର୍ମଘଟ ବନ୍ଦ କରାଯାଇଥିଲା।

ଜାନୁଆରି ୬ ତାରିଖରେ ସୁପ୍ରିମ୍‌ କୋର୍ଟ ‘ନିଟ୍‌’ ସ୍ନାତକୋତ୍ତର ଆଡ୍‌ମିସନ୍‌ ମାମଲାର ଶୁଣାଣି କରିବେ।

ସମ୍ବନ୍ଧିତ ଖବର