ନୂଆଦିଲ୍ଲୀ: ଜୁଲାଇ ୨୩ ରେ ବଜେଟ୍ ୨୦୨୪-୨୫ ର ଉପସ୍ଥାପନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂସଦରେ ଅର୍ଥନୈତିକ ସର୍ଭେ ୨୦୨୩-୨୪ ପ୍ରକାଶ କରିଛନ୍ତି। ଲୋକସଭାରେ ଉପସ୍ଥାପିତ ହୋଇଥିବା ଏହି ସର୍ଭେରେ ଘରୋଇ କ୍ଷେତ୍ର ତଥା ସରକାରୀ-ବେସରକାରୀ ଭାଗିଦାରୀ (ପିପିପି) ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ଏହା ଆକଳନ କରିଛି ଯେ ଆର୍ଥିକ ବର୍ଷ ୨୦୨୫ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ, ଯାହା ଏକ ଭଲ ଅଭିବୃଦ୍ଧି ହାର ଅଟେ । ସୂଚନାଯୋଗ୍ୟ, ଅନେକ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ହେବ ବୋଲି ପୂର୍ବାନୁମାନ କରିଛନ୍ତି, ଯାହାକି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଚୀନ୍ ଏବଂ ଆମେରିକା ଭାରତଠାରୁ ବହୁ ପଛରେ ରହିବେ।
ଅର୍ଥନୈତିକ ସର୍ଭେ ଜିଡିପି ଅଭିବୃଦ୍ଧି ପାଇଁ ସକାରାତ୍ମକ ଆକଳନ ଦେବା ସହ ଗୁରୁତ୍ୱପୂର୍ଣ୍ଣ ଆହ୍ବାନକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛି। ବିଶ୍ବସ୍ତରରେ ଆହ୍ବାନ ଯୋଗୁ ରପ୍ତାନିରେ ସମ୍ଭାବ୍ୟ ହ୍ରାସକୁ ସରକାର ସ୍ବୀକାର କରିଛନ୍ତି। ଏହା ବିଶ୍ବର ଅନିଶ୍ଚିତତା ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିପାରେ ଏବଂ ବିଶ୍ବର ବାଣିଜ୍ୟରେ ଅସୁବିଧା ସୃଷ୍ଟି କରିପାରେ। ଅର୍ଥନୈତିକ ସର୍ବେକ୍ଷଣରେ ନିଯୁକ୍ତି ତଥ୍ୟ ଅନ୍ତର୍ଭୂକ୍ତ ହୋଇଛି, ଯାହାକି କୋଭିଡ -୧୯ ମହାମାରୀ ପରଠାରୁ ଦେଶର ବାର୍ଷିକ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବାର ଦର୍ଶାଉଛି, ଯେପରିକି କରୋନା ଏବଂ ବେକାରୀ ହ୍ରାସ ପାଇବା ପରେ ଚାକିରୀ କ୍ଷେତ୍ରରେ ଉତ୍ସାହ ପୁଣିଥରେ ଫେରିଛି।
୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ସହରୀ ବେକାରୀ ହାର ଗତ ବର୍ଷ ମାର୍ଚ୍ଚ ୨୦୨୪ରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ଏଥିସହ, ଭାରତର ପ୍ରାୟ ୫୭ ପ୍ରତିଶତ କର୍ମଜୀବୀ ସ୍ବୟଂ ନିଯୁକ୍ତ ଏବଂ ଯୁବ ବେକାରୀ ହାର ୨୦୧୭-୧୮ର ୧୭.୮ ପ୍ରତିଶତରୁ ୨୦୨୨-୨୩ରେ ୧୦ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି। ଏହା ଏକ ଭଲ ହ୍ରାସ।
ସରକାରୀ ପୁଞ୍ଜି ନିବେଶ ଏବଂ ବେସରକାରୀ ପୁଞ୍ଜି ନିବେଶ ଉପରେ ସରକାରଙ୍କ ଧ୍ୟାନ ଯୋଗୁ ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫସିଏଫ) ରେ ଦୃଢ଼ ଅଭିବୃଦ୍ଧି ହୋଇଛି । ୨୦୨୩-୨୪ ବର୍ଷ ପାଇଁ ଜିଏଫସିଏଫ ରେ ୯ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୈତିକ ସର୍ଭେ ୨୦୨୩-୨୪ଦେଶର ଅର୍ଥନୈତିକ ସ୍ଥିତିର ଏକ ସମୀକ୍ଷା ପ୍ରଦାନ କରିଛି, ଯାହା ଉଭୟ ଅଭିବୃଦ୍ଧି ଆଶା ଏବଂ ଆହ୍ବାନକୁ ପ୍ରୋତ୍ସାହିତ କରିଛି।
ଜିଡିପି ଅଭିବୃଦ୍ଧି ଏବଂ ରୋଜଗାରରେ ଉନ୍ନତି ଆଣିବା ପାଇଁ ସରକାର ଆଶାବାଦୀ ଥିବାବେଳେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ପାଇଁ ଏହା ସତର୍କ ସୂଚନା ପାଲଟିଛି। ଯାହା ଦ୍ବାରା ରପ୍ତାନି ଏବଂ ପୁଞ୍ଜି ପ୍ରବାହ ଉପରେ ପ୍ରଭାବ ପକାଇପାରେ ବୋଲି ଅର୍ଥନୈତିକ ସର୍ଭେରେ କୁହାଯାଇଛି।