ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲେ ସୁରକ୍ଷାବଳ

ଶ୍ରୀନଗର: ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ସୁରକ୍ଷାବଳ ପଣ୍ଡ କରିଛନ୍ତି।ଜମ୍ମୁ-କଶ୍ମୀରର ସୋପୋରରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ଏକ ଷଡ଼ଯନ୍ତ୍ର କରିଥିଲେ। ଯାହାକୁ ସୁରକ୍ଷାବଳ ବିଫଳ କରି ଏକ ବଡ଼ ସଫଳତା ହାସଲ କରିଥିବା କୁହାଯାଉଛି। ରବିବାର ସକାଳେ ଏକ ମିଳିତ ଅପରେସନ୍‌ରେ ପରେ ଜଙ୍ଗଲରୁ ବିପୁଳ ପରିମାଣର ଆତଙ୍କବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସୁରକ୍ଷାବଳଙ୍କ ଅଞ୍ଚଳ ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ଶିବିର ଓ ଅସ୍ତ୍ରଶସ୍ତ୍ର ଠାବ ହୋଇଥିଲା। ସ୍ଥାନୀୟ ସୋପୋରରେ ଦାଲରି ଫରେଷ୍ଟ ଅଞ୍ଚଳରେ ରବିବାର ସକାଳେ ୩୨ ରାଷ୍ଟ୍ରୀୟ ରାଇଫଲସ୍‌, ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ ଏବଂ ସିଆରଫିଏଫ୍‌ ୯୨ ବାଟାଲିୟନ୍‌ ଯବାନଙ୍କ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ୍‌ କରିଥିଲେ। ସର୍ଚ୍ଚ ଅପରେସନ୍‌ କାଳରେ ଏହି ଅସ୍ତ୍ରଶସ୍ତ୍ର ସମେତ ବିପୁଳ ପରିମାଣର ଗୋଳାବାରୁଦ ବି ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର