ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀ ଅଗଷ୍ଟ ୩୧ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନଥିଲେ। ଇଡି ସୂତ୍ର ଅନୁଯାୟୀ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ୠଜିରା ବାନାର୍ଜୀ ଅଗଷ୍ଟ ୩୧ରେ ନୂଆଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ନ ହେବା ପାଇଁ ଜାଣିଶୁଣି ମିଛ କହିଥଲେ ଏବଂ କରୋନା ବାହାନା ଦର୍ଶାଇଥିଲେ।
ୠଜିରା ବାନାର୍ଜୀ ହାଜର ହେବାର ୩-୪ ଦିନ ପୂର୍ବରୁ ଦିଲ୍ଲୀ ଯାଇଥିଲେ। ୠଜିରା ଇଡି କାର୍ଯ୍ୟାଳୟକୁ ଯିବାକୁ ମନା କରିଦେଇଥିଲେ ଓ କହିଥିଲେ ଯେ କରୋନା ମହାମାରୀ ମଧ୍ୟରେ ଶାରୀରିକ ଭାବେ ଏକାକୀ ନୂଆଦିଲ୍ଲୀ ଯାତ୍ରା କରିବା ମୋ ପାଇଁ ବିପଦଜନକ ହୋଇପାରେ।
ତେବେ ଇଡି ପକ୍ଷରୁ କୁହାଯାଇଛି ଯେ ୠଜିରା ବାନାର୍ଜୀ ପଚରାଉଚୁରା ପାଇଁ ଆସିନଥିଲେ କିନ୍ତୁ ଦିଲ୍ଲୀରେ ଥିବା ବିୟୁଟିପାର୍ଲର ସହ କିଛି ହିଲଷ୍ଟେସନ ବୁଲିବାକୁ ଯାଇଥିଲେ | ଇଡି ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀକୁ ଏକ ବାହାନା ଭାବରେ ସେ ବ୍ୟବହାର କରିଥିଲେ ଏବଂ ପଚରାଉଚରା ଏଡ଼ାଇବା ପାଇଁ ଜାଣିଶୁଣି ମିଥ୍ୟା କହିଥିଲେ। ଇଡି ଏବେ ତାଙ୍କୁ ସେପ୍ଟେମ୍ବର ୩୦ରେ ହାଜର ହେବାକୁ କହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/swarajya_2021-02_184d5264-e83f-45e9-b7b1-fa8c83d34059_Mamata_banerjee.png)