ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଅମିତ ଅରୋରାଙ୍କୁ ଗିରଫ କରିଛି।
ବ୍ୟବସାୟୀ ଅମିତ ହେଉଛନ୍ତି ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍’ର ନିର୍ଦେଶକ। ଏହାଙ୍କୁ ମିଶାଇ ଦିଲ୍ଲୀ ମଦ ନୀତି ସହିତ ସମ୍ପୃକ୍ତ ଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏଯାବତ୍ ୫ଜଣଙ୍କୁ ଗିରଫ କରିସାରିଲାଣି।
Image Courtesy of India Todayଜେରା ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ମଦ ବ୍ୟବସାୟୀ ସୀମର ମାହାନ୍ଦ୍ରୁଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ଆର୍ଥିକ ତଦନ୍ତକାରୀ ସଂସ୍ଥାନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଏପର୍ଯ୍ୟନ୍ତ ୧୬୯ଟି ତଲାସ ଅଭିଯାନ କରିସାରିଲାଣି। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ବ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଆର୍ଥିକ ଦୁର୍ନୀତି ହୋଇଥିବାରୁ ‘ସିବିଆଇ’ ନିର୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ମାମଲାରେ ଚଢ଼ଉ ଅଭିଯାନ ଓ ଗିରଫଦାରି ଜାରି ରଖିଛି।
ପୂର୍ବରୁ ‘ସିବିଆଇ’ ଅଭିଯୋଗ କରିଥିଲା ଯେ, ଅମିତ ଅରୋରା, ଦିନଶେ ଅରୋରା ଏବଂ ଅର୍ଜୁନ ପାଣ୍ଡେ ହେଉଛନ୍ତି ସିସୋଦିଆଙ୍କର ଘନିଷ୍ଠ ସହଯୋଗୀ। ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ପାଇଁ ସେମାନେ ମଦ ଲାଇସେନ୍ସ୍ରୁ ପ୍ରାପ୍ତ ଲାଞ୍ଚ ଅର୍ଥରାଶି ପରିଚାଳନା କରୁଥିଲେ।
ସ୍ମରଣଯୋଗ୍ୟ, ‘ସିବିଆଇ’ର ‘ଏଫ୍ଆଇଆର୍’ରେ ନାମ ଥିଲେ ବି ତଦନ୍ତର ୬୦ ଦିନ ମଧ୍ୟର ଦାଖଲ କରାଯାଇଥିବା ‘ସିବିଆଇ’ ଚାର୍ଜସିଟ୍ରେ ମନ୍ତ୍ରୀ ସିସୋଦିଆଙ୍କର ନାଁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/aa.jpg)