ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ଇଡି

କୋଲକାତା : ଗୋରୁ ଚୋରାଚାଲାଣ ମାମଲାରେ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୀରଭୂମ ଜିଲ୍ଲାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବରୁ ମଧ୍ୟ ଗୋରୁ ଚୋରାଚାଲାଣ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲା ଏବଂ ସେ ବିଚାର ବିଭାଗୀୟ ହାଜତରେ ଥିଲେ। ଇଡି ଅଧିକାରୀମାନେ ଆଜି ଆସନସୋଲ ଜେଲ୍‌ ଭିତରେ ମଣ୍ଡଳଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ପରେ ଇଡି ମଣ୍ଡଳଙ୍କୁ ନିଜ ହେପାଜତକୁ ନେଇଛି। ଶୁକ୍ରବାର ତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିବ।

ସମ୍ବନ୍ଧିତ ଖବର