ଚିଦମ୍ବରମଙ୍କୁ ହାଜତକୁ ନେଇ ଜେରା କରିବାକୁ ପୁଣି ଥରେ ଅନୁମତି ମାଗିଲା ଇଡି

ନୂଆଦିଲ୍ଲୀ : ବେଆଇନ ଅର୍ଥକାରବାର ଆମ ସମାଜ ଓ ଦେଶ ବିରୋଧରେ ଏକ ବଡ଼ ଅପରାଧ । ଆଇଏନଏକ୍ସ ମିଡିଆ ପରି ଏକ ବଡ଼ ଧରଣର ବେଆଇନ ଅର୍ଥକାରବାରର ସଂପୂର୍ଣ୍ଣ ପର୍ଦ୍ଦାଫାଶ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କୁ ହାଜତକୁ ନେଇ ଜେରା କରାଯିବା ଜରୁରୀ ବୋଲି ଇଡି ଆଜି ସୁପ୍ରିମକୋର୍ଟଙ୍କୁ କହିଛି ।

ଇଡି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ତଥା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଆର.ଭାନୁମତୀ ଓ ଏଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ୨୦୦୯ ପରଠାରୁ ଆଜି ପର୍ଯ୍ୟନ୍ତ ଏହି ବେଆଇନ ଅର୍ଥକାରବାର ଚାଲିଥିଲା ଓ ଏନେଇ ଅକାଟ୍ୟ ପ୍ରମାଣ ମହଜୁଦ ରହିଛି । ତେବେ ଏବେ ଏହି ତଦନ୍ତ ଜାରି ରହିଥିବାରୁ ଏବେଠାରୁ ସେସବୁ ପ୍ରମାଣକୁ ପ୍ରକାଶ କରିବା ଉଚିତ ନୁହେଁ । ସୂଚନାଯୋଗ୍ୟ ଯେ, ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।

ସମ୍ବନ୍ଧିତ ଖବର