କୋଲକତା : ୩ଟି ସିମ୍ପାଞ୍ଜି ଓ ୪ ବିରଳ ପ୍ରଜାତିର ମାଙ୍କଡ ଜବତ କଲା ଇଡି

କୋଲକତା : ଏକ ବିରଳ ଘଟଣାକ୍ରମରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ( ଇଡି) ଆଜି ୩ଟି ସିମ୍ପାଞ୍ଜି ଓ ୪ଟି ମର୍ମୋସେଟ ( ଏକ ବିରଳ ପ୍ରଜାତିର ମାଙ୍କଡ) କୁ ଜବତ କରିଛି । ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ସିମ୍ପାଞ୍ଜି ଓ ମର୍ମୋସେଟଗୁଡ଼ିକୁ ଜବତ କରାଯାଇଛି ବୋଲି ଇଡି କହିଛି ।
ଗୋଟିଏ ସିମ୍ପାଞ୍ଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ଓ ଗୋଟିଏ ମର୍ମୋସେଟର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଇଡି ଅଟକଳ କରିଛି । ଫଳରେ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୮୧ ଲକ୍ଷ ଟଙ୍କା ହେବା ଅଟକଳ କରାଯାଉଛି ବୋଲି ଇଡି କହିଛି ।


ପଶ୍ଚିମ ବଙ୍ଗର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଭିଯୋଗ ପାଇ ଇଡି କୋଲକତାର ସୁପ୍ରଦୀପ ଗୁହାନାମକ ବ୍ୟକ୍ତିଙ୍କ ଘରେ ଚଢଉ କରି ଏହି ପ୍ରାଣୀମାନଙ୍କୁ ଜବତ କରିଥିଲା । ଉକ୍ତ ବ୍ୟକ୍ତି ବିରୋଧରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ସମ୍ବନ୍ଧିତ ଖବର