ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜଙ୍କର ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜଙ୍କଠାରୁ ଶନିବାର ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଇଡିର ଆକଳନରୁ ଜଣାପଡ଼ିଛି ଯେ ସୁକେଶ ଜାକ୍‌ଲିନ୍‌ଙ୍କୁ ୫.୭୧ କୋଟି ଟଙ୍କା ଉପହାର ଦେଇଛନ୍ତି। ଏହାବ୍ୟତୀତ ସେ  ୧୭୩,୦୦୦ ଆମେରିକୀୟ ଡଲାର ଏବଂ ୨୭, ୦୦୦ ଅଷ୍ଟ୍ରେଲୀୟ ଡଲାର ବି ପ୍ରଦାନ କରିଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଜାକ୍‌ଲିନ୍‌ ଇଡି ନଜରକୁ ଆସିବା ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲା। ସେ ହାଜର ହୋଇଥିଲେ ମଧ୍ୟ।

www.indiatoday.in

ତେବେ ସୁକେଶଙ୍କଠାରୁ ଜାକଲିନ ମଧ୍ୟ ଅନେକ ଦାମୀ ଉପହାର ନେଇଥିବା କଥା ଇଡି ସ୍ପଷ୍ଟ କରିଥିବା ବେଳେ ଅଭିନେତ୍ରୀଙ୍କୁ ଖୁସି କରାଇବା ପାଇଁ ସୁକେଶ ୩ଟି ଭାଗରେ ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ।

ସେ ସମୟରେ ସୁକେଶଙ୍କ ବିରୋଧରେ ସାକ୍ଷୀ ଦେବାକୁ ଜାକ୍‌ଲିନ୍‌ ରାଜି ହୋଇଥିଲେ।  ସୁକେଶ ଦେଇଥିବା ମୂଲ୍ୟବାନ ଉପହାର କଥାକୁ ବି ସେ ସମୟରେ ଇଡି ସମ୍ମୁଖରେ ସ୍ବୀକାର କରିଥିଲେ ଜାକ୍‌ଲିନ୍‌।

ସୁକେଶ ଦେଇଥିବା ଉପହାରକୁ ଜବତ କରିବା ପ୍ରକ୍ରିୟାରେ ଇଡିକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଜାକ୍‌ଲିନ୍‌ ପ୍ରସ୍ତୁତ ଥିବା ନିଜ ବୟାନରେ କହିଥିଲେ।

ସମ୍ବନ୍ଧିତ ଖବର