ମୁମ୍ବାଇ/ ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମିର୍‌ଚୀର ୬୦୦ କୋଟି ଟଙ୍କା ମୂଲ୍ୟର ସଂପତ୍ତିକୁ ଆଜି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

Advertisment

ଇଡି ଦ୍ୱାରା ଜବତ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମିର୍‌ଚୀର ୬୦୦ କୋଟି ଟଙ୍କା ମୂଲ୍ୟର ଏହି ସଂପତ୍ତି ମଧ୍ୟରେ ରହିଛି ମୁମ୍ବାଇର ଓ୍ଵରଲି ଅଞ୍ଚଳରେ ରହିଥିବା ଚିଜୟ ହାଉସ୍‌ର ତୃତୀୟ ଓ ଚତୁର୍ଥ ମହଲା, ଅରୁଣ ଚ୍ୟାମ୍ବର ମଧ୍ୟରେ ଥିବା ଅଫିସ୍‌ ଗୃହ, ଓ୍ଵରଲିର ସାହିଲ ବଙ୍ଗ୍‌ଲୋରେ ଥିବା ୩ଟି ଫ୍ଲାଟ୍‌, ମୁମ୍ବାଇର କର୍ଫୋଡ୍‌ ମାର୍କେଟରେ ଥିବା ୩ଟି ବ୍ୟବସାୟ ପ୍ରତିଷ୍ଠାନ ଏବଂ ମୁମ୍ବାଇର ଲୋନାଓ୍ଵାଲା ଅଞ୍ଚଳରେ ରହିଥିବା ତା’ର ୫ ଏକରର ଜମି ସମେତ ଏକାଧିକ ବଙ୍ଗଲୋ।

publive-image News Nation

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମିର୍‌ଚୀ ଏକାଧିକ ଅପରାଧରେ ଜଡ଼ିତ ଥିବା ସହ ତା’ ନାମରେ ଏକାଧିକ ମନିଲଣ୍ଡରିଂର ଅଭିଯୋଗ ରହିଥିଲା। ଖୁବ୍‌ ଶୀଘ୍ର ଇକ୍‌ବାଲ୍‌ ମିର୍‌ଚୀ ବିରୋଧରେ ଇଡି ପକ୍ଷରୁ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇ ମୁମ୍ବାଇ ଅଦାଲତରେ ଦାଖଲ କରାଯିବ ବୋଲି ହସ୍ତଗତ ହୋଇଥିବା ସୂଚନାରୁ ଜାଣିବା ପାଇଁ ମିଳିଛି।