ହଂକଂରେ ଥିବା ନିରବ ମୋଦୀ-ମେହୁଲ ଚୋକସି କମ୍ପାନୀରୁ ୧୩୫୦ କୋଟି ଟଙ୍କାର ହୀରା-ମୋତି ଭାରତକୁ ଆଣିଲା ଇଡି

ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ବ୍ୟାଙ୍କ ଜାଲିଆତି କରି ବିଦେଶକୁ ଖସି ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ ଚୋକସି ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ହଂକଂରେ ରହି ନିରବ ମୋଦୀ ଏବଂ ମେହୁଲ ଚୋକସି ଏକ ବଡ଼ ହୀରା କାରବାର ଚଳାଇଥିବା ବେଳେ ଇଡି ଉଭୟଙ୍କ ସମ୍ପତ୍ତି ଜବତ କରିବା ଆରମ୍ଭ କରିଛି। ଇଡି ଅଧିକାରୀମାନେ କହିଛନ୍ତି ଯେ, ହଂକଂରୁ ପ୍ରାୟ ୧୩୫୦ କୋଟି ଟଙ୍କାର ୨୩୦୦କେଜି ହୀରା, ମୋତି ଏବଂ ଅଳଙ୍କାର ଆଣିଛି | ଅଣାଯାଇଥିବା ସବୁ ଅଳଙ୍କାର ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ କମ୍ପାନୀର ବୋଲି ଜଣାପଡିଛି |

ମୁମ୍ବାଇର ଏକ ପିଏନବି ଶାଖାରୁ ଜାଲ୍ କାଗଜପତ୍ର ଦେଇ ୧୩ ହଜାର କୋଟି ଟଙ୍କାର ଋଣ ନେଇ ତାହାକୁ ଫାଙ୍କିବା ଅଭିଯୋଗରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଉଭୟ ବ୍ୟବସାୟୀଙ୍କୁ ଇଡି ଯାଞ୍ଚ କରୁଛି। ଏହି ମୂଲ୍ୟବାନ ସାମଗ୍ରୀ ଫେରାଇ ଆଣିବା ପାଇଁ ହଂକଂ କର୍ତ୍ତୃପକ୍ଷଙ୍କ ସହ ଇଡି ସମସ୍ତ ଆଇନଗତ ଔପଚାରିକତା ସମାପ୍ତ କରିଛି ବୋଲି ଏଜେନ୍ସି କହିଛି । ଏ ସବୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଆନୁଷ୍ଠାନିକ ଭାବେ ଜବତ ହେବ ବୋଲି ଜଣାପଡିଛି ।

कुर्की का आदेश
oneindia

ସୂଚନା ମୁତାବକ, ୨୦୧୯ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦୀକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଓ୍ଵାଣ୍ଡସଓ୍ଵର୍ଥ ଜେଲରେ ରହିଛି । ମାର୍ଚ୍ଚ ୯ ତାରିଖରେ ନିରବ ମୋଦୀକୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର