ବେଆଇନ ଅର୍ଥ କାରବାର ସଂଦେହ, ତବଲିଗି ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

ନୂଆଦିଲ୍ଲୀ : ଏନଫୋର୍ସମେଣ୍ଟ ଡାଇରେକଫରେଟ ବା ଇଡି ତବଲିଗି ଜମାତ ବିରୁଦ୍ଧରେ ବେଆଇନ ଅର୍ଥକାରବାର ବା ମନି ଲଣ୍ଡରିଂ ମାମଲା ରୁଜ୍ଜୁ କରିଛି । ଦିଲ୍ଲୀ ପୁଲିସ ସୂଚନା ଆଧାରରେ ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ମାମଲା ମୌଲାନା ସାଦ ଓ ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ ରୁଜ୍ଜୁ କରାଯାଇଛି । ମୌଲାନା ସାଦ ଗଠନ କରିଥିବା ଟ୍ରଷ୍ଟକୁ ବିଦେଶରୁ ପାଣ୍ଠି ଆସୁଥିବା ଦିଲ୍ଲୀ ପୁଲିସ ତଦନ୍ତରୁ ସୁରାକ ପାଇବା ପରେ ମାମଲା ଇଡି ହାତକୁ ଆସିଥିଲା ।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତର ଧାର୍ମିକ ସମ୍ମିଳନୀରେ ଦେଶ ବିଦେଶରୁ ଆସିଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏଥିରେ ଚୀନ,ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶର ଲୋକମଧ୍ୟ ଥିଲେ । ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପୂର୍ବରୁ ଅଧିକାଂଶ ଲୋକ ମର୍କାଜ୍ ଛାଡ଼ିଦେଇଥିଲେ ମଧ୍ୟରୁ ଆହୁରି ପ୍ରାୟ ୧୫ ଶହ ଲୋକ ସେଠାରେ ରହିଥିଲେ ।
ଏହି ଘଟଣା ପରେ ଦିଲ୍ଲୀ ପୁଲିସ ଏହି ଜମାତର ଆୟୋଜକମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ବାରମ୍ବାର ସମନ ଜାରି ହେବା ସତ୍ତ୍ବେ ମୌଲାନା ସାଦ ଏପର୍ଯ୍ୟନ୍ତ ଫେରାର ରହିଛି । ତା ପରିବାରର ୪ ଜଣଙ୍କୁ କରୋନା ସଂକ୍ରମଣ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର