ଚୀନ ମୋବାଇଲ କମ୍ପାନି ଭିଭୋର ବଡ଼ ଧରଣର ଆର୍ଥିକ କେଳେଙ୍କାରି, ଇଡିର ତଦନ୍ତ ଜାରି

 

ନୂଆଦିଲ୍ଲୀ : ଚୀନର ମୋବାଇଲ ମୋବାଇଲ କମ୍ପାନି ଭିଭୋର ଏକ ବଡ଼ ଆର୍ଥିକ କେଳେଙ୍କାରିର ପର୍ଦ୍ଦାଫାସ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ଏହି କମ୍ପାନି ନିଜର ମୋଟ ଟର୍ଣ୍ଣଓଭର ବା ମୋଟ ବ୍ୟବସାୟର ଅର୍ଦ୍ଧେକ ପ୍ରାୟ ୬୨ ହଜାର ୪୭୬ କୋଟି ଟଙ୍କା ଚୀନକୁ ପଠାଇ ଦେଇଛି । ଭାରତରେ ଚାଲିଥିବା ବ୍ୟବସାୟ ପ୍ରବଳ କ୍ଷତିରେ ଚାଲୁଥିବା ଦର୍ଶାଇ ଟିକସ ଠକେଇ କରିବାପାଇଁ ଏପରି କରାଯାଇଥିବା ଇଡି ଜାଣିବାକୁ ପାଇଛି ।

ଏହି ମାମଲାକୁ ନେଇ ଇଡି ପକ୍ଷରୁ ଆଜି ସାରା ଦେଶରେ ଥିବା ଭିଭୋର ୪୮ଟି ଅଫିସରେ ଚଢଉ କରାଯାଇଛି ଓ ୧୧୭ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଛି । ଏସବୁ ଖାତାରେ୬୬ କୋଟିର ସ୍ଥାୟୀ ଜମା ସହ ମୋଟ ୪୬୫ କୋଟି ଟଙ୍କା ଜମା ଥିଲା । ଏହା ସହିତ ୨ କିଲୋଗ୍ରାମ ଓଜନର ସୁନା ଓ ନଗଦ ୭୩ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଦିଲ୍ଲୀ ପୁଲିସ ଦ୍ବାରା ଗତ ଫେବ୍ରୁଆରି ମାସରେ କରାଯାଇଥିବା ଏକ ଏଫଆଇଆର କି ଭିତ୍ତିକରି ଇଡି ପକ୍ଷରୁ ସେହି ମାସରେ ହିଁ ତଦନ୍ତ ଆରମ୍ଭ କରାଯାଇଥିଲା । ଭିଭୋର ଭାରତ ମୁଖ୍ୟ ଓ ଅନ୍ୟ ଅଧିକାରୀମାନେ ଗତ ବର୍ଷ ହିଁ ଭାରତରୁ ପଳାଇଯାଇଛନ୍ତି ।

 

ସମ୍ବନ୍ଧିତ ଖବର