କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାହାରା ଇଣ୍ଡିଆ ଗ୍ରୁପ୍ ଏବଂ ଏହାର ପ୍ରତିଷ୍ଠାତା ସୁବ୍ରତୋ ରାୟଙ୍କ ପରିବାର ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମନି ଲଣ୍ଡରିଂ ମାମଲାରେ ଆଜି ଇଡି କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍ କୋଲକାତାର ପିଏମଏଲଏ କୋର୍ଟରେ ଉପସ୍ଥାପିତ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ଅଧିକ ରିଟର୍ଣ୍ଣ ନାମରେ କୋଟି କୋଟି ନିବେଶକଙ୍କଠାରୁ ଟଙ୍କା ନେଇ ପ୍ରାୟ ୧.୭୪ ଲକ୍ଷ କୋଟି ଟଙ୍କାର ଠକେଇ କରାଯାଇଥିଲା। ଅଭିଯୁକ୍ତମାନେ ନିବେଶକଙ୍କ ଟଙ୍କା ଫେରସ୍ତ କରି ନଥିଲେ। ଚାର୍ଜସିଟ୍ରେ ସୁବ୍ରତ ରାୟଙ୍କ ପତ୍ନୀ ସ୍ୱପ୍ନା, ପୁଅ ସୁଶାନ୍ତୋ ରାୟ, ଜେପି ବର୍ମା, ଅନିଲ ଆବ୍ରାହମ ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ପଳାତକ ପୁଅ ବିରୁଦ୍ଧରେ ଜାମିନ ବିହୀନ ପରଓ୍ବାନା ଜାରି କରିବାକୁ ଇଡି ପ୍ରସ୍ତୁତି ଆରମ୍ଭ କରିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ମାମଲାର ଅଭିଯୁକ୍ତ ତଥା ସୁବ୍ରତ ରାୟଙ୍କ ପୁଅ ସୁଶାନ୍ତୋ ଫେରାର ଅଛନ୍ତି। ଇଡି କହିଛି ଯେ ସେ ତଦନ୍ତରେ ଯୋଗଦେଉନାହାନ୍ତି । ବର୍ତ୍ତମାନ ଏଜେନ୍ସି କୋର୍ଟରୁ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା (ଏନବିଡବ୍ଲୁ) ପାଇବା ପ୍ରକ୍ରିୟାରେ ଅଛି।