ନିରବ ମୋଦି ମାମଲାର ତଦନ୍ତ କରୁଥିବା ଇଡି ଅଧିକାରୀଙ୍କ ବଦଳିକୁ ନେଇ ବିବାଦ

ନୂଆଦିଲ୍ଲୀ : ଆଜି ଲଣ୍ଡନର ଏକ କୋର୍ଟରେ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଓ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଚାଲିଛି । ଏଥିପାଇଁ ଇଡି (ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ)ର ଏକ ଦଳ ସେଠାକୁ ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ ସହ ଯାଇଛି । ଏହି ଦଳର ମୁଖ୍ୟ ଅଛନ୍ତି ଯୁଗ୍ନ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର । କିନ୍ତୁ ଏପଟେ ଭାରତରେ ଆଜି ତାଙ୍କର ବଦଳି ନିର୍ଦ୍ଦେଶ ବାହାରିଛି । ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ନିର୍ଦ୍ଦେଶକ ଭିନିତ କୁମାର । ଇଡିରେ ତାଙ୍କର ଡେପୁଟେସନ ସମୟ ଶେଷ ହୋଇଯାଇଛି,ଏଣୁ ତାଙ୍କୁ ବଦଳି କରାଯାଇଛି ବୋଲି ସେ କହିଛନ୍ତି । କିନ୍ତୁ ତାଙ୍କର ବଦଳି କରାଯାଇନାହିଁ ବୋଲି କହିଛନ୍ତି ଇଡି ମୁଖ୍ୟ ଏସକେ ମିଶ୍ର । ସେ କହିଛନ୍ତି ବଦଳି କରିବାର ଅଧିକାର ତାଙ୍କ ପାଖରେ ଅଛି ଓ ସେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ।
ଗତ ବର୍ଷ ପ୍ରାରମ୍ଭରେ ପିଏନବି ଦୁର୍ନୀତି ଜଣାପଡିବା ପରଠାରୁ ସତ୍ୟବ୍ରତ କୁମାର ଏହି ମାମଲାର ତଦନ୍ତ କରୁଛନ୍ତି । ଏଣୁ ଏବେ ତାଙ୍କୁ ପଦଳି କରାଗଲେ ତଦନ୍ତ ପ୍ରଭାବିତ ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର