ଏସଆର୍‌ଏସ୍‌ ଗ୍ରୁପ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏସଆରଏସ ଗ୍ରୁପର ଅଧ୍ୟକ୍ଷ ଅନିଲ ଜିନ୍ଦଲଙ୍କ ସମେତ ୧୯ ଅଭିଯୁକ୍ତଙ୍କ ନାମରେ ଗୁରୁଗ୍ରାମ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି। ସେମାନେ ୨୨୧୫ କୋଟି ଟଙ୍କାର ଜାଲିଆତି କରିଥିବା ଅଭିଯୋଗ ଏଥିରେ ହୋଇଛି। ଏମାନଙ୍କ ବିରୋଧରେ ପିଏମଏଲଏ ଅଧୀନରେ ମାମଲା ହୋଇଛି। ଗୃହକ୍ରେତା ଏବଂ ନିବେଶକମାନଙ୍କୁ ଏମାନେ ଠକିଥିବା ଅଭିଯୋଗ ହୋଇଛି। ଏଥିସହିତ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତି‌ଷ୍ଠାନରୁ ଋଣ ନେବାପାଇଁ ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକୁ ବନ୍ଧକ ରଖାଯାଇଛି। ତେବେ ସେଥିରୁ ସଂଗୃହୀତ ଋଣରାଶି ଉପଯୁକ୍ତ ପ୍ରକଳ୍ପରେ ବିନିଯୋଗ କରାଯଇନାହିଁ। ଫଳରେ ସେସବୁ ଅନାଦାୟ ଋଣ ବା ଏନପିଏରେ ପରିଣତ ହୋଇଯାଇଛି। ପୂର୍ବରୁ ଇଡି ଉକ୍ତ ମାମଲାରେ ୨୦୪୫ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା।

ସମ୍ବନ୍ଧିତ ଖବର