ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦମ୍ବରମ୍ ଏୟାରସେଲ୍ ମାକ୍ସିସ୍ ମାମଲାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି। ତଦନ୍ତ ପ୍ରକ୍ରିୟାରୁ ସେ ଦୂରେଇ ରହୁଛନ୍ତି । ତେଣୁ ତାଙ୍କୁ ହାଜତରେ ଜେରା ଆବଶ୍ୟକ ବୋଲି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କହିଛନ୍ତି। ଚିଦମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନ ଉପରେ ଇଡି ନିଜର ମତ ରଖି ଆଜି ଦିଲ୍ଲୀ କୋର୍ଟରେ ଜାମିନ ଆବେଦନକୁ ବିରୋଧ କରିଛନ୍ତି। ତଦନ୍ତ ପ୍ରକ୍ରିୟାରେ ସହେଯାଗ କରୁନଥିବାରୁ ଚିଦମ୍ବରମ୍ଙ୍କୁ ହାଜତ ଜେରା କରାଯାଉ େବାଲି ଇଡି ଚାହିଛି। ଅନ୍ୟପକ୍ଷରେ ଚିଦମ୍ବରମ୍ଙ୍କ ଜାମିନ ଆବେଦନ ଉପରେ ଆସନ୍ତା ନଭେମ୍ବର ୧ ତାରିଖରେ ଶୁଣାଣି କରିବେ ସ୍ବତନ୍ତ୍ର ବିଚାରପତି ଓ ପି ସାଇନି। ଏୟାରସେଲ୍ ମାକ୍ସିସ୍ ମାମଲାରେ କୋର୍ଟ ଗତ ୮ ତାରିଖରେ ଉଭୟ ଚିଦମ୍ବରମ୍ ଏବଂ ପୁଅ କାର୍ତ୍ତି ଚିଦମ୍ବରମ୍ଙ୍କୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗିରଫ ନ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଇଡି ଗତ ୨୫ ତାରିଖରେ ଚିଦମ୍ବରମ୍ଙ୍କ ବିରୋଧରେ ଏୟାରସେଲ୍ ମାକ୍ସିସ୍ ମାମଲାରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲେ।
ଏୟାରସେଲ୍ ମାକ୍ସିସ୍ ମାମଲା, ଚିଦମ୍ବରମ୍ଙ୍କ ହାଜତ ଜେରା ଚାହୁଛି ଇଡି
/sambad/media/post_attachments/wp-content/uploads/2018/11/images.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)