ନୂଆଦିଲ୍ଳୀ: ବହୁ ଚର୍ଚ୍ଚିତ ନ୍ୟାସନାଲ୍ ହେରାଲ୍ଡ ମାମଲା ପୁଣିଥରେ ଉଦ୍ଜୀବିତ ହୋଇଛି। ଗତ ୨ ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ କହିଥିଲେ ଯେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୁବ୍ ଶୀଘ୍ର ଜେରା କରିବ। ଏଥିପାଇଁ ସେ ମୁକ୍ତହସ୍ତରେ ପ୍ରସ୍ତୁତ। ଏହି ପୋଷ୍ଟ୍ର ୧୦ ଦିନ ପରେ ଇଡି ପକ୍ଷରୁ ଜେରା ନିମନ୍ତେ ବିଧିବଦ୍ଧ ଯୋଜନା କରାଯାଇଥିବା ଜଣାଯାଇଛି। ଇଡିର ଜଣେ ବରିଷ୍ଠ ଅଧିକାରୀ ନିଜନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନ୍ୟାସନାଲ୍ ହେରାଲ୍ଡ ମାମଲାରେ ସୋମାନଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ନୂତନ ତଥ୍ୟ ହସ୍ତଗତ ହୋଇଛି। ଏହା ଉପରେ ରାହୁଲ ଗାନ୍ଧୀଙ୍କ ସ୍ପଷ୍ଟୀକରଣ ଆବଶ୍ୟକ। ଚଳିତ ମାସରେ ହିଁ ପଚରାଉଚରା କରାଯିବା ଧାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାରିଖ ନିର୍ଦ୍ଧାରିତ କରାଯାଇନଥିବା ଅଧିକାରୀ ଜଣକ କହିଛନ୍ତି। ଏହି ମାମଲାରେ ଜୁନ୍ ୨୦୨୨ରେ ରାହୁଲଙ୍କୁ ଇଡି ପ୍ରାୟ ୪୦ ଘଣ୍ଟା ଜେରା କରିଥିଲା। ୨୦୨୩ରେ ୟଙ୍ଗ ଇଣ୍ଡିଆନ୍ର ହେରାଲ୍ଡ ହାଉସ୍, ମୁମ୍ବାଇ ଓ ଲକ୍ଷ୍ନୌରେ ଥିବା ୭୫୧.୯୦ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତ ହୋଇଥିଲା।
ନ୍ୟାସନାଲ୍ ହେରାଲ୍ଡ ମାମଲା: ଚଳିତ ମାସରେ ରାହୁଲଙ୍କୁ ଇଡି ଜେରା!
/sambad/media/post_attachments/wp-content/uploads/2024/08/rahul.jpg)