ଦାଉଦ ଇବ୍ରାହିମର ଜଣେ ସହଯୋଗୀ ସହିତ ଆର୍ଥିକ କାରବାର ମାମଲାକୁ ନେଇ ଅଡ଼ୁଆରେ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ!

ମୁମ୍ବାଇ: ପୂର୍ବତନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କର ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ଜଣେ ସହଯୋଗୀ ସହିତ ଆର୍ଥିକ କାରବାର ମାମଲା ଏବେ ନୂଆ ମୋଡ଼ ନେଇଛି। ଏହାକୁ ନେଇ ସେ ଅଡ଼ୁଆ ପରିସ୍ଥିତିରେ ପଡ଼ିପାରନ୍ତି ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ଜଈଣାଯାଇଛି । ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ପରିବାର ତରଫରୁ ପ୍ରମୋଟେଡ କମ୍ପାନି ଏବଂ ‘ମିର୍ଚି’ ନାମରେ କୁଖ୍ୟାତ ସ୍ୱର୍ଗତ ଇକବାଲ ମେମନ ମଧ୍ୟରେ ଆର୍ଥିକ କାରବାର ହୋଇଥିଲା । ପଟେଲ ପରିବାର ତରଫରୁ ପ୍ରମୋଟେଡ କଂପାନୀ ମିଲେନିୟମ ଡଭଲପର୍ସ ପ୍ରାଇଭେଟ ଲିମିଟେଡ ଓ ମିର୍ଚି ପରିବାର ମଧ୍ୟରେ ହୋଇଥିବା ନ୍ୟାୟିକ ବୁଝାମଣାପତ୍ରକୁ ଇଡି ତଦନ୍ତ କରୁଥିବା ଜଣାଯାଇଛି ।

Image result for enforcement directorate
image source-legal era

ଏହି କାରବାର ପଟେଲ ପରିବାରର କଂପାନି ମିଲେନିୟମ ଡେଭଲପର୍ସକୁ ମିର୍ଚି ପରିବାର ତରଫରୁ ୱାର୍ଲିରେ ନେହରୁ ପ୍ଲାନେଟୋରିୟମ ସମ୍ମୁଖରେ ଏକ ପ୍ଲଟ ଦିଆଯାଇଥିଲା । ଏହି ପ୍ଲଟରେ ମିଲେନିୟମ ଡେଭଲପର୍ସ ୧୫ ମହଲା ବ୍ୟାବସାୟିକ ଓ ଆବାସିକ ଘର ନିର୍ମାଣ କରାଯାଇଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଗତ ୨ ଦିନ ମଧ୍ୟରେ ମୁମ୍ବାଇଠାରୁ ଆରମ୍ଭ କରି ବେଙ୍ଗାଲୁରୁ ପର୍ଯ୍ୟନ୍ତ ୧୧ଟି ସ୍ଥାନରେ ଚଢ଼ାଉ କରି ବ୍ୟାପକ ମାତ୍ରାରେ କାଗଜପତ୍ର ଜବତ କରି ତଦନ୍ତ କରିଥିବା ଜଣାଯାଇଛି । ପଟେଲ ପରିବାର ସଦସ୍ୟମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୁବ ଶୀଘ୍ର ନୋଟିସ କରିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର