ନୂଆଦିଲ୍ଲୀ: ଏୟାର୍ସେଲ୍-ମାକ୍ସିସ୍ କଳାଟଙ୍କା ବଦଳ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ପୁତ୍ର କାର୍ତ୍ତି ଚିଦାମ୍ବରମ୍ଙ୍କୁ ଗିରଫଦାରି ଏଡ଼ାଇବାକୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଖାରଜ କରାଇବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ସୋମବାର ଦିନ ଦିଲ୍ଲୀ କୋର୍ଟରେ ଆବେଦନ କରିଛି।
ଏହି ମାମଲାରେ କାର୍ତ୍ତିଙ୍କୁ ହାଜତରେ ପଚରାଉଚୁରା କରାଯିବା ଆବଶ୍ୟକ ବୋଲି ତଦନ୍ତକାରୀ ଏଜେନ୍ସି କହିବାରୁ ସ୍ପେସାଲ୍ ସିବିଆଇ ଜଜ୍ ଓପି ସାଇନି ସୋମବାର ୨ଟା ବେଳେ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।
ପୂର୍ବରୁ ଅଗଷ୍ଟ ୭ ତାରିଖ ଦିନ ଦିଲ୍ଲୀ କୋର୍ଟ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ପୁତ୍ର କାର୍ତ୍ତିଙ୍କ ମଧ୍ୟବର୍ତ୍ତୀକାଳୀନ ଗିରଫଦାରି ସୁରକ୍ଷାକୁ ଅକ୍ଟୋବର ୮ ତାରିଖ ଯାଏଁ ବଢ଼ାଇ ଥିଲେ। ପି ଚିଦାମ୍ବରଙ୍କ ବିରୋଧରେ ସିବିଆଇ ଏବଂ କାର୍ତ୍ତିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ମାମଲା ରୁଜୁ କରିଥିଲେ।
ଜୁଲାଇ ୧୯ ତାରିଖ ଦିନ ସିବିଆଇ ଫାଇଲ୍ କରିଥିବା ଚାର୍ଜସିଟ୍ରେ ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅଙ୍କ ନାମ ଉଲ୍ଲେଖ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/karti-chidambaram.jpg)