୪ ଆଇଏଏସ୍‌ଙ୍କୁ ଇଡିର ସମନ୍‌

କୋଲକାତା: ପଶ୍ଚିମବଙ୍ଗର ଚାରି ଜଣ ଆଇଏଏସ୍‌ ଅଫିସରଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌ ଜାରି କରିଛି। ମେଟ୍ରୋ ଡେରୀରେ ଥିବା ରାଜ୍ୟ ସରକାରଙ୍କ ଅଂଶ ବିକ୍ରି ମାମଲାର ଜବାବ ଦାଖଲ କରିବାକୁ କହିଛି ଇଡି। ଅଧିକାରୀମାନେ ଆଗାମୀ ୨୨ ତାରିଖ ସୁଦ୍ଧା ଲିଖିତ ଭାବେ ଜବାବ ଦେଇ ପାରିବେ କିମ୍ବା ଇଡି କାର୍ଯ୍ୟାଳୟକୁ ଆସି ମଧ୍ୟ ଜବାବ ରଖିପାରିବେ ବୋଲି କୁହାଯାଇଛି। ଏହି ଚାରି ଜଣଙ୍କ ମଧ୍ୟରେ ରାଜ୍ୟ ଅର୍ଥ ସଚିବ ହରି କ୍ରିଷ୍ଣ ଦ୍ବିବେଦୀ ଅଛନ୍ତି। ଇଡିର ଏହା ନିୟମିତ ପଚରାଉଚରା। ରାଜ୍ୟ ସରକାରଙ୍କ ଅଂଶକୁ ଘରୋଇ କମ୍ପାନିକୁ ବିକ୍ରି କରିବା ପ୍ରକ୍ରିୟାର ଆକଳନ ପାଇଁ ଇଡିର ଏଭଳି ପ୍ରୟାସ। ଉଲ୍ଲେଖନୀୟ, ମେଟ୍ରୋ ଡେରୀରେ ଥିବା ଅଂଶକୁ ରାଜ୍ୟ ସରକାର ଘରୋଇ କମ୍ପାନିକୁ ବିକ୍ରି କରି ଦିଅନ୍ତି। ୨୦୧୭ ମସିହା ଅଗଷ୍ଟ ମାସରେ ରାଜ୍ୟ ମନ୍ତ୍ରିମଣ୍ଡଳ ସୁପାରିଶକ୍ରମେ ମେଟ୍ରୋ ଡେରୀରେ ଥିବା ସରକାରଙ୍କ ୪୭ ପ୍ରତିଶତ ଅଂଶକୁ ୮୪.୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

ସମ୍ବନ୍ଧିତ ଖବର