ନୂଆଦିଲ୍ଲୀ: ଇଡିରେ ନିୟୋଜିତ ଜଣେ ପ୍ରବର୍ତ୍ତନ ଅଧିକାରୀ ଆଲୋକ କୁମାର ରଂଜନ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ତାଙ୍କ କ୍ଷତବିକ୍ଷତ ମୃତଦେହ ରେଳ ଧାରଣାରୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଲୋକ ଏକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ।
ଅଗଷ୍ଟ ୭ତାରିଖରେ ଇଡିର ଜଣେ ସହକାରୀ ନିର୍ଦ୍ଦେଶକ ସନ୍ଦୀପ ସିଂଙ୍କୁ ସିବିଆଇ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଗିରଫ କରିଥିଲା। ଜଣେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ସନ୍ଦୀପ ତାଙ୍କ ପୁଅକୁ ଗିରଫ ନକରିବା ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଦୀପଙ୍କୁ ଦିଲ୍ଲୀର ଲାଜପତ ନଗରରୁ ସିବିଆଇ ଗିରଫ କରିଥିଲା।
ମୁମ୍ବାଇର ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ନିଆଯାଉଥିଲା। ଇଡି ଏହି ଗହଣା ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲା, ସେତେବେଳେ ସନ୍ଦୀପ ସେହି ଟିମର ସଦସ୍ୟ ଥିଲେ। ଏତଲାରେ ସନ୍ଦୀପ ସିଂହଙ୍କ ନାମ ରହିଛି। ଏଫଆଇଆରରେ ଏନଫୋର୍ସମେଣ୍ଟ ଅଫିସର ଆଲୋକଙ୍କ ନାମ ମଧ୍ୟ ଥିଲା । ପରେ ସନ୍ଦୀପ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଇଡି ସିବିଆଇର ଏଫଆଇଆରରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cbi-ed.jpg)